ଭୁବନେଶ୍ୱର: ଓଡ଼ିଶାର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ବ୍ୟାପୁଥିବାରୁ ସତର୍କତାମୂଳକ ପଦକ୍ଷେପ ଭାବରେ ସାଧାରଣ ଲୋକେ କିଛିଦିନ ଚିକେନ ଖାଇବାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ମହାପାତ୍ର। ରାଜ୍ୟର ବିଭିନ୍ନ ଜିଲାକୁ ସଚେତନ କରାଯାଇଛି ଏବଂ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ମହାପାତ୍ର ସ୍ପଷ୍ଟ କରିଛନ୍ତି ଯେ ଜ୍ୱର ହେଉଛି ପକ୍ଷୀ ଫ୍ଲୁ ସଂକ୍ରମଣର ପ୍ରଥମ ଲକ୍ଷଣ ଏବଂ ସମସ୍ତ ଜିଲାରେ ଜ୍ୱର ଉପରେ ନଜର ରଖାଯାଉଛି।ତେବେ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବା ପରେ ପିପିଲିକୁ ଏକ ହଟସ୍ପଟ୍ ବୋଲି ଚିହ୍ନଟ କରାଯାଇଛି। ଫଳସ୍ୱରୂପ, ଏହି ଅଞ୍ଚଳକୁ ଏକ ରାପିଡ୍ ରେସପନ୍ସ ଟିମ୍ ପଠାଯାଇଛି। ଭାଇରସ ବିସ୍ତାରକୁ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ କଣ୍ଟେନମେଣ୍ଟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଅଧିକାରୀ କହିଛନ୍ତି। ଏହି ଘଟଣାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ପ୍ରାଣୀ ଚିକିତ୍ସା ବିଭାଗ ଦ୍ୱାରା ଏକ ପରାମର୍ଶ ଜାରି କରାଯିବ ବୋଲି ମହପାତ୍ର କହିଛନ୍ତି। ତେବେ ଏହି ଘଟଣାକୁ ନେଇ ଅଧିକ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନ ଥିବା ସେ କହିଛନ୍ତି।
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ