ଭୁବନେଶ୍ୱର: ଓଡ଼ିଶାରେ ପ୍ରଥମ ଥର ପାଇଁ ଆରଆଇଆର ପାୱାର୍ ଇଲୋଟ୍ରୋନିକ ଖୋଲିବ । ଖୋର୍ଦ୍ଧା ଇନ୍ଫୋଭ୍ୟାଲିରେ ୬୦୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ଏହି କମ୍ପାନୀ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଭୂମିପୂଜନ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫୦୦ କର୍ମଚାରୀଙ୍କୁ ଏହି କମ୍ପାନୀରେ ନିଯୁକ୍ତି ମିଳିବ। ସିଲିକନ କାର୍ବାଇଡ ସହିତ ସେମିକଣ୍ଡକ୍ଟର ଉତ୍ପାଦନ ଏଠି ହେବ। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଓଡ଼ିଶାରେ ବାହାର ଶିଳ୍ପଙ୍କୁ ସୁଯୋଗ ଦିଆଯାଇଛି। ଯାହା ଆଗାମୀ ଦିନରେ ଓଡ଼ିଶାକୁ ଶିଳ୍ପ ହବ କରିବା ପାଇଁ ଲକ୍ଷ ରଖାଯାଇଛି। ଅନ୍ୟପଟେ ଭଦ୍ରକ ଟେକ୍ସଟାଇଲ ପ୍ଲାଣ୍ଟ ପ୍ରତିଷ୍ଠା ପାଇଂ ବ୍ୟବସ୍ଥା କରାଯାଉଥିବା ନେଇ ଶିଲ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ସୂଚନା ଦେଇଛନ୍ତି । ବିଧାନସଭାରେ ସେ କହିଛନ୍ତି ପାରାଦୀପରେ ଏକ ମେଗା ଫିଡ଼ କ୍ରାକର ପ୍ଲାଣ୍ଟ ହେବ। ଏହି ପ୍ଲାଣ୍ଟର ବାଏ ପ୍ରଡକ୍ଟ ଭଦ୍ରକ ଟେକ୍ସଟାଇଲ ପାର୍କରେ ବ୍ୟବହାର କରାଯିବ। IOCL ସହ ମିଳିତ ଭାବେ ଏହି କାମ ହେବ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ