ଭୁବନେଶ୍ୱର: ନେପାଳରେ ୩ ଟି ପର୍ବତ ଚଢି ଓଡ଼ିଆ ଝିଅ କଲେ ରେକର୍ଡ. ଓଡ଼ିଆ ଝିଅ ମଧୁସ୍ମିତା ପାତ୍ର ନେପାଳର ତିନୋଟି ପର୍ବତ ମାଉଣ୍ଟ ଲାବୁଚେ, ମାଉଣ୍ଟ ଆଇଲାଣ୍ଡ, ମାଉଣ୍ଟ ମୀରା ଆରୋହଣ କରି ଆଜି ଓଡିଶା ଫେରିଛନ୍ତି l ମଧୁସ୍ମିତା ପାତ୍ର ଏହି ସଫଳତା ପାଇଂ ଓଡିଶା ପହଂଚିବା ପରେ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦର ରେ ତାଙ୍କ କୋଚ ନୃସିଂହ ସାହୁ, ପରିବାର ସଦସ୍ୟ ଓ ଶୁଭେଛୁ ମାନେ ଉଷାର୍ଗୀକୃତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି l ମଧୁସ୍ମିତା ନେପାଳର ପର୍ବତ ମାଉଣ୍ଟ ଲବୁଚେ 6,119ମି କୁ ଗତ 9 ତାରିଖ ରେ ସଫଳତାର ସହ ଆରୋହଣ କରିଛନ୍ତି। ଦ୍ଵିତୀୟ ରେ ମାଉଣ୍ଟ ଆଇଲାଣ୍ଡ (6,163ମି), ଏବଂ ତୃତୀୟ ରେ ମାଉଣ୍ଟ ଲବୁଚେ (6,119ମି) କୁ ଆରୋହଣ କରି ଓଡିଶା ପର୍ବତାରୋହଣ କ୍ଷେତରେ ଗୌରବ ଅର୍ଜନ କରିଛନ୍ତି। ସୁଶ୍ରୀ ପାତ୍ର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରର ପୁର୍ବତନ ବାୟୁସେନା ଅଧିକାରୀ ପ୍ରେମାନନ୍ଦ ପାତ୍ର ଏବଂ ଅବସର ପ୍ରାପ୍ତ ଶିକ୍ଷୟିତ୍ରୀ ମାତା ପୁଷ୍ପାଞ୍ଜଳି ଦେବୀ ଙ୍କ କନିଷ୍ଠ କନ୍ୟା ଅଟନ୍ତି I ସୁଶ୍ରୀ ପାତ୍ର ଜଣେ କମ୍ପୁଟର ଇଂଜିନିୟର ଭାବେ TCS ଚେନାଇରେ କାର୍ଯ୍ୟରତ ଅଛନ୍ତି।ଏହି ତ୍ରିଶୃଙ୍ଗ ଆରୋହଣ ରୁ ମଧୁସ୍ମିତା ପର୍ବତରୋହଣ ପାଇଁ ଅତ୍ୟନ୍ତ ଆବଶ୍ୟକ ଧର୍ଯ୍ୟ, ସହନଶୀଳତା, ଏବଂ ଟେକନିକ ଆଦିର ଅନୁଭୂତି ପରବର୍ତୀ ସମୟରେ ପର୍ବତରୋହଣ ପାଇଁ ସାହାର୍ଯ୍ୟ କରିବ ବୋଲି ତାଙ୍କ ପ୍ରଶିକ୍ଷକ କହିଛନ୍ତି ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା