ଭୁବନେଶର: ଇଞ୍ଜିନିୟରିଂ ତୃତୀୟ ଓ ଚତୁର୍ଥ ବର୍ଷ ପାଠ୍ୟପୁସ୍ତକ ଖୁବ୍ଶୀଘ୍ର ଓଡ଼ିଆରେ ଅନୁବାଦ ହେବ ବୋଲି ଜଣାପଡିଛି। ୫ଟି ଷ୍ଟ୍ରିମ୍ରେ ଏହା ମିଳିବ ବୋଲି ଏଆଇସିଟିଇ ଅଧ୍ୟକ୍ଷ ଟିଜି ସୀତାରାମ ସୂଚନା ଦେଇଛନ୍ତି। ଏନେଇ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରଥମ ବର୍ଷର ୨୦ଟି ବିଟେକ ଓ ଡିପ୍ଲୋମା ପାଠ୍ୟପୁସ୍ତକକୁ ଅପଲୋଡ କରାଯାଇଛି।ଇଞ୍ଜିନିୟରିଂର ପ୍ରଥମରୁ ଚତୁର୍ଥ ବର୍ଷ ଯାଏ ଏବଂ ଡିପ୍ଲୋମା ପ୍ରଥମରୁ ତୃତୀୟ ବର୍ଷ ଯାଏ ପାଠ୍ୟପୁସ୍ତକ ଓଡ଼ିଆରେ ଉପଲବ୍ଧ ହେବ। ଏହାପୂର୍ବରୁ ପ୍ରଥମ ବର୍ଷ ବିଟେକ ପାଠ୍ୟକ୍ରମର ପାଠ୍ୟପୁସ୍ତକର ଓଡ଼ିଆ ଅନୁବାଦ ଶେଷ ହୋଇଛି। ଦ୍ବିତୀୟ ବର୍ଷର ପାଠ୍ୟପୁସ୍ତକ ଅନୁବାଦ କାର୍ଯ୍ୟ ଜାରି ରହିଛି। ଏସମସ୍ତ ପୁସ୍ତକକୁ ଏଆଇସିଟିଇର ଇକୁମ୍ବ ୱେବ୍ସାଇଟ୍ରେ ଅପଲୋଡ କରାଯାଇଛି। ଦେଶର ୧୩ଟି ଭାଷାରେ ଇଞ୍ଜିନିୟରିଂ ଓ ଡିପ୍ଲୋମା ପାଠ୍ୟପୁସ୍ତକ ଅନୁବାଦ ହୋଇଛି। ସୂଚନାଯୋଗ୍ୟ, ୪ ବର୍ଷିଆ ବିଟେକ ପାଠ୍ୟକ୍ରମର ସମସ୍ତ ପାଠ୍ୟପୁସ୍ତକକୁ ଓଡ଼ିଆରେ ଅନୁବାଦ କରାଯିବ। ଏନେଇ ଏଆଇସିଟିଇର ଅନୁମୋଦନ ରହିଛି।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ