October 11, 2025

Utkal Sambad

ଏମ୍‌ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ: ଅମର ଶତପଥୀ

ଭୁବନେଶ୍ୱର: ଏମ୍‌ପିମାନେ ଦଳ ଛାଡିଲେ ବଡ ପ୍ରଭାବ ପଡ଼ିବ । ଏହା କହିଛନ୍ତି ବରିଷ୍ଠ ବିଜେଡି ନେତା ଅମର ଶତପଥୀ । ଏଭଳି ବଡ ବୟାନ । ଦେଇ ସେ କହିଛନ୍ତି, ମୋ ପାଖେ ତଥ୍ୟ ନାହିଁ, କିଏ ଆଉ ଦଳ ଛାଡିବେ । ଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଆମକୁ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ଅଧିକ ତର୍ଜମା ହେବା ଦରକାର । କେହି ବ୍ୟକ୍ତିଗତ ଭାବେ ଗଲେ ଦଳ କ୍ଷତିଗ୍ରସ୍ତ ହୁଅନ୍ତା ନାହିଁ । କିନ୍ତୁ ସଂସଦକୁ ଯାଇଥିବା ବ୍ୟକ୍ତି ଯଦି ଦଳ ଛାଡିବେ ତାହାଲେ ଦଳ ଉପରେ ନିଶ୍ଚିତ ପ୍ରଭାବ ପଡିବ ବୋଲି କହିଛନ୍ତି ଅମର ପ୍ରସାଦ ଶତପଥୀ ।