ଭୁବନେଶ୍ୱର: ରୋଟାରୀ ୩୨୬୨ ଅନୁଷ୍ଠାନ ତରଫରୁ, କନ୍ୟାର ମାନ, ସମ୍ମାନ ଓ ସ୍ଵାଭିମାନ ର ସୁରକ୍ଷା ପାଇଁ ଆଗାମୀ ଦିନରେ ବ୍ୟାପକ ସଚେତନତା କାର୍ଯକ୍ରମ ଆୟୋଜନ ହେବାକୁ ଯାଉଅଛି, ଏହି କାର୍ଯ୍ୟକ୍ରମ ଆସନ୍ତା ୨୫ ତାରିଖ ରବିବାର ଅପରାହ୍ନ ୨ ଟା ବେଳେ ପୁରୀରେ ଶ୍ରୀଗୁଣ୍ଡିଚା ମନ୍ଦିର ଠାରୁ ‘ ଏକ କଦମ କନ୍ୟା କେ ଲିୟେ ” ପରିକ୍ରମା ଯାତ୍ର ଆରମ୍ଭ କରାଯିବ | ଏହି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିବେ ରୋଟାରୀ ୩୨୬ ୨ ପ୍ରାନ୍ତପାଳ ଯଜ୍ଞାଶିଷ ମହାପାତ୍ର | ଏହି ସଚେତନତା ରଥ ଓଡ଼ିଶାର ବିଭିନ୍ନ ଅଞ୍ଚଳ ଭୁବନେଶ୍ୱର, କଟକ, ଯାଜପୁର, ଆନନ୍ଦପୁର, କେନ୍ଦୁଝର, ଯୋଡ଼ା, ବଡ଼ବିଲ, ରାଇରଙ୍ଗପୁର, କରଞ୍ଜିଆ, ବାରିପଦା, ବାଲେଶ୍ଵର, ଭଦ୍ରକ, ଭଣ୍ଡାରିପୋଖରୀ,ଯାଜପୁର, ପାରାଦ୍ବୀପ, ଜଗତସିଂପୁର, ଖୋର୍ଦ୍ଧା, ବାଲୁଗାଁ, ବ୍ରହ୍ମପୁର, ଭଞ୍ଜନଗର, ଫୁଲବାଣୀ, ନୟାଗଡ, ଢେଙ୍କାନାଳ, ଅନୁଗୁଳ ପରିକ୍ରମା କରିବାର ରୋଡ ମ୍ୟାପ ରହିଛି | ଏହି ଯାତ୍ରା ସମୟରେ ବିଭିନ୍ନ ସ୍ଥାନରେ ରୋଟାରୀ କ୍ଲବ ର ପ୍ରତିନିଧି ଓ ସ୍ଥାନୀୟ ବୁଦ୍ଧିଜୀବୀ, ପ୍ରାସନିକ ଅଧିକାରୀ ମାନେ ଯୋଗ ଦେଇ କନ୍ୟା ସୁରକ୍ଷା ପାଇଁ ବକ୍ତବ୍ୟ ରଖିବେ, “ଡ୍ରପ ଉର ଅନମୋଲ ମେସେଜ ” ମାଧ୍ଯମରେ ସମସ୍ତ ବ୍ୟକ୍ତି ବିଶେଷ ଏହି ସଚେତନତା କାର୍ଯ୍ୟକ୍ରମରେ ଭାଗ ନେଇପାରିବେ |
ଏହି କାର୍ଯକ୍ରମ କୁ ରୋଟାରୀର ସଭାପତି ଓ ସମ୍ପାଦକ ମାନଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ରେ ହେବାକୁ ଥିବା ବେଳେ ରୋଟାରୀ ଜିଲ୍ଲା ସହ ପ୍ରାନ୍ତପାଳ ଙ୍କ ଦ୍ୱାରା ” କନ୍ୟା ଅନମୋଲ ହୈ ” ବାର୍ତ୍ତା ଦିଆଯିବ | ଏହି କାର୍ଯ୍ୟକ୍ରମ ସାମ୍ୱାଦିକ ସମ୍ମିଳନୀ ମାଧ୍ୟ୍ୟମରେ ରେ ରାଷ୍ଟ୍ରୀୟ ସଂଯୋଜକ ରୋଟାରୀଆନ ସରୋଜ ଦାଶ ସୂଚନା ଦେଇଛନ୍ତି |

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ