ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୧ ୯ ତାରିଖରେ “ପ୍ରିୟ ଖବର” ପାଳନ କରିବାକୁ ଜାଉଛି ତାର ଏକାଦଶ ତମ ସ୍ଵନକ୍ଷେତ୍ର ଉତ୍ସବ l ଏହି ପ୍ରରିପେକ୍ଷୀରେ ବିଗତ ବର୍ଷମାନଙ୍କ ଭଳି ଏ ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା କୁନି ପ୍ରତିଭା ମାନଙ୍କୁ ଆବିଷ୍କାର କରି ସେମାନଙ୍କୁ ସମ୍ମାନିତ କରିବା ପାଇଁ ପ୍ରୟାସ କରିଛି l ଏହା ଦ୍ୱାରା କୁନି କୁନି ପିଲାମାନଙ୍କ ଆତ୍ମବିଶ୍ୱାସ ସୁଦୃଢ ହେବ ସେମାନଙ୍କର ଭବିଷ୍ୟତ ଗଢିବାରେ l ଓଡିଶା ର ଅସ୍ମିତାକୁ ଉଜ୍ଜୀବିତ ରଖିବା ପାଇଁ କୁନି କୁନି ପିଲାଙ୍କ ବିଶ୍ୱାସ କୁ ସଂବୃଦ୍ଧ ଓ ସ୍ୱାଭିମାନ କ୍ଷେତ୍ରରେ ସ୍ୱାବଲମ୍ବୀ କରିବାର ପ୍ରୟାସ l ଏହି ମହତ ଉଦ୍ୟାସ ରଖିଥିବା “ପ୍ରିୟ ଖବର “ନିଜକୁ ପାଠକ ମାନଙ୍କ ପାଖରେ ନିଜର ପରିଚୟ ଦେଇ ଥିଲେ ମଧ୍ୟ ଆସନ୍ତା ପିଢ଼ିପାଇଁ ନିଜକୁ ଯତ୍ନଶୀଳ କରିପାରିଛି l ଆଜିର କୋମଳ ମତି ଶିଶୁ ଆସନ୍ତା କାଲିର ଭବିଷ୍ୟତ ତେଣୁ ଓଡିଶା ଆଉ ଓଡ଼ିଆ ର ଗାରିମାମୟ ଅତୀତକୁ ସେମାନଙ୍କ ମାନସିକତା ହେଉ, ଏହା ହିଁ ଆମର ଲକ୍ଷ l ସାଧାରଣତନ୍ତ୍ର ଦିବସ ରୁ ଆରମ୍ଭ କରିଛି ତାର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ, ପ୍ରଥମ ଥର ପାଇଁ ଭୁବନେଶ୍ୱର, ଆଇ. ଆର. ସି ଭିଲେଜ ର ସାଇକୃପା କଲକେନ୍ଦ୍ର ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସଂଗୀତ, ନୃତ୍ୟ, ଚିତ୍ରାଙ୍କନ କରାଯାଇଥିଲା l କୃତୀ ପ୍ରତଯୋଗୀମାନଙ୍କୁ ଆସନ୍ତା ଫେବୃଆରୀ ୧୯ ତାରିଖରେ ତାର ସ୍ଵନକ୍ଷେତ୍ର ଉତ୍ସବ ରେ ସମ୍ମାନିତ କରାଯିବ l ଏହି ପ୍ରତିଯୋଗିତା କାର୍ଯ୍ୟକ୍ରମ ରେ ଅନୁଷ୍ଠାନର ପ୍ରିନ୍ସିପାଲ ଜୋତିର୍ମୟୀ ମହାପାତ୍ର, ପ୍ରିୟ ଖବର ର ସମ୍ପାଦକ ରାଜକିଶୋର ଦାଶ, ଓ ଅନ୍ୟାନ ବିଭାଗୀୟ ବିଶାରଦ ମାନଙ୍କ ଉପସ୍ଥିରେ କାର୍ଯ୍ୟକ୍ରମ ଗୁଡିକ ପରିଚାଳନା କରିବାସହ ନିପୁଣ ପ୍ରତିଯୋଗୀମାନଙ୍କୁ ଚୟନ କରାଯାଇଥିଲା l
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା