ପ୍ରାକୃତିକ ବାସସ୍ଥାନ ଏବଂ ସକାରାତ୍ମକ ତାଲିମ ମାଧ୍ୟମରେ ବନ୍ୟଜନ୍ତୁଙ୍କୁ ମିଳିବ ନୂତନ ଜୀବନ
ଜାମନଗର: ଅନନ୍ତ ଅମ୍ବାନୀଙ୍କ ଦ୍ୱାରା ପ୍ରତିଷ୍ଠିତ ଅତ୍ୟାଧୁନିକ ପଶୁ ଉଦ୍ଧାର ଏବଂ ପୁନର୍ବାସ କେନ୍ଦ୍ର ‘ବନ୍ତାରା ‘ ଏବେ ଇସ୍କନ ମାୟାପୁରରୁ ଦୁଇ ପୋଷା ହାତୀ ୧୮ ବର୍ଷୀୟା ବିଷ୍ଣୁପ୍ରିୟା ଏବଂ ୨୬ ବର୍ଷୀୟା ଲକ୍ଷ୍ମୀପ୍ରିୟାଙ୍କୁ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ। ଗତ ବର୍ଷ ଏପ୍ରିଲ ମାସରେ ବିଷ୍ଣୁପ୍ରିୟା ନିଜ ମାହୁନ୍ତଙ୍କୁ ଘାତକ ଆକ୍ରମଣ କରିବା ପରେ ସେମାନଙ୍କ ପାଇଁ ଉତ୍ତମ ଯତ୍ନ ଏବଂ ଅନୁକୂଳ ପରିବେଶର ଆବଶ୍ୟକତା ଦର୍ଶାଇ ଏହି ପଦକ୍ଷେପ ନିଆଯାଇଛି।
ଏହି ସ୍ଥାନାନ୍ତର ପ୍ରକଳ୍ପ ପାଇଁ ତ୍ରିପୁରା ହାଇକୋର୍ଟଙ୍କ ଦ୍ୱାରା ଗଠିତ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ଏବଂ ସୁପ୍ରିମକୋର୍ଟଙ୍କ ଅନୁମୋଦନ ରହିଛି I ଉଭୟ ହାତୀଙ୍କୁ ବନ୍ତାରାରେ ଏକ ଶୃଙ୍ଖଳ ମୁକ୍ତ ପ୍ରାକୃତିକ ବାସସ୍ଥାନରେ ରଖାଯିବ, ଯେଉଁଠାରେ ସେମାନେ ବିଶେଷଜ୍ଞମାନଙ୍କ ଦ୍ୱାରା ପଶୁ ଚିକିତ୍ସା, ମନୋବୈଜ୍ଞାନିକ ଯତ୍ନ ଏବଂ ସକରାତ୍ମକ ତାଲିମ ଲାଭ କରିବେ।
ଇସ୍କନର ବରିଷ୍ଠ ସଦସ୍ୟ ହୃମତୀ ଦେବୀ ଦାସୀ କହିଛନ୍ତି, “ଆମର ବିଶ୍ୱାସ ଅନୁଯାୟୀ ପ୍ରତ୍ୟେକ ଜୀବାତ୍ମାସମାନ। ବନ୍ତାରାରେ ମୁଁ ସମାନ ଦୟା ଏବଂ ଆଦର୍ଶ ଦେଖିଲି ଯାହାକୁ ଆମେ ବିଶ୍ୱାସ କରୁ। ବିଷ୍ଣୁପ୍ରିୟା ଏବଂ ଲକ୍ଷ୍ମୀପ୍ରିୟା ଏଠାରେ ସୁଖୀ ଏବଂ ସ୍ୱତନ୍ତ୍ର ଜୀବନ ଅତିବାହିତ କରିବେ।”
ପେଟା ଇଣ୍ଡିଆ ଏବଂ ଅନ୍ୟାନ୍ୟ ସଂଗଠନ ପକ୍ଷରୁ ଏହି ସ୍ଥାନାନ୍ତରକୁ ସମର୍ଥନ କରାଯାଇଛି l ହାତୀମାନଙ୍କର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ହେଉଛି ବନ୍ତାରାର ମୂଖ୍ୟ ଉଦ୍ଦେଶ୍ୟ। ଏଠାରେ ସେମାନଙ୍କୁ ସାମାଜିକ ବନ୍ଧନ ଏବଂ ସ୍ୱାଭାବିକ ଜୀବନର ଅନୁଭବ ମିଳିବ, ଯାହା ସେମାନଙ୍କର ପୁନର୍ବାସ ଏବଂ ସାମଗ୍ରିକ ସୁସ୍ଥତା ଦିଗରେ ସହାୟକ ହେବ।
More Stories
ଟାଇମ୍ ୧୦୦ ଫିଲାନଥ୍ରୋପି ୨୦୨୫’ ବିଶ୍ୱ ତାଲିକାରେ ମୁକେଶ ଏବଂ ନୀତା ଅମ୍ବାନୀ ସାମିଲ
ମହାକୁମ୍ଭରେ ଜିଓର ୫ଜି ସ୍ପିଡ୍ ଏୟାରଟେଲ୍ ଅପେକ୍ଷା ଉନ୍ନତ ରହିଥିଲା: ଓକଲା ରିପୋର୍ଟ
ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନଙ୍କୁ ଫିଟନେସ୍ ମନ୍ତ୍ର ଦେଲେ ନୀତା ଅମ୍ବାନୀ