March 18, 2026

Utkal Sambad

ଇତିହାସ ରଚିଲା ସେୟାର ବଜାର

ମୁମ୍ବାଇ: ଭାରତୀୟ ସେୟାର ବଜାର ପ୍ରତିଦିନ ନୂଆ ରେକର୍ଡ କରୁଛି ଓ ଚଳିତ ସପ୍ତାହର ଚତୁର୍ଥ ଦିନରେ ମଧ୍ୟ ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜର ୩୦ ସେୟାର ଯୁକ୍ତ ସେନ୍‌ସେକ୍ସ ଇତିହାସ ରଚି ପ୍ରଥମ ଥର ୭୯୦୦୦ ସ୍ତର ଅତିକ୍ରମ କରିଛି। ସେନ୍‌ସେକ୍ସ ଭଳି ‌ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜର ନିଫ୍ଟ ମଧ୍ୟ ନୂଆ ରେକର୍ଡ କରିଛି। ଆଜି ନିଫ୍ଟ ୨୪,୦୦୦ ସ୍ତର ନିକଟତର ହୋଇଛି।  ସେୟାର ବଜାରରେ ଗୁରୁବାର ମାର୍କେଟର ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ସି)ର ସେନ୍‌ସେକ୍ସ ନିଜର ଗତ ବନ୍ଦ ୭୮,୬୭୪.୨୫ ତୁଳନାରେ ସାମାନ୍ୟ ହ୍ରାସ ସହିତ ୭୮,୭୫୮.୬୭ ସ୍ତରରେ ଥିଲା। କିନ୍ତୁ ଏହାର ଅଳ୍ପ ସମୟ ପରେ ୧୫୦ ଅଙ୍କ ଲମ୍ଫ ପ୍ରଦାନ କରି ବିଏସ୍‌ଇ ସେନ୍‌ସେକ୍ସ ୭୯୦୦୦ ସ୍ତର ପ୍ରଥମ ଥର ଅତିକ୍ରମ କରିଥିଲା। ଏହା ୭୯,୦୩୩.୯୧ର ନୂଆ ସର୍ବକାଳୀନ ସ୍ତର ଅତିକ୍ରମ କରିଥିଲା।