ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବଡ଼ବଡ଼ ହାଟରେ ଗତ ଦୁଇଦିନ ତଳେ ଆଳୁ କିଲୋ ପିଛା ୩୫ରୁ ୪୦ ଟଙ୍କାରେ ବିକ୍ରି ହେଉଥିଲା। ଲୋକମାନେ ଅଢ଼େଇ କିଲୋକୁ ଶହେ ଟଙ୍କା ଦେଇ ବି କିଣୁଥିଲେ। ଗତକାଲି ହଠାତ୍ ଦର ବଢ଼଼ି କିଲୋ ପିଛା ୬୦ରୁ ୬୫ ଟଙ୍କାରେ ପହଞ୍ଚିଛି। ଗୋଟିଏ ଦିନରେ ୨୦-୨୫ ଟଙ୍କା ବୃଦ୍ଧି ପାଇଛି ଦର। ଏମିତିକି, ଆଗକୁ ଆହୁରି ଦର ବଢ଼ିବ ବୋଲି ଖୁଚୁରା ବ୍ୟବସାୟୀମାନେ କହୁଛନ୍ତି।ଫଳରେ ବଡ଼ବଡ଼ ବ୍ୟବାସାୟୀ ଉତ୍ତରପ୍ରଦେଶରୁ ଆଳୁ ମଗାଇଲେ ବି ଖୁଚୁରା ବେପାରୀ ନେଉନାହାନ୍ତି। ତେଣୁ ଗୋଦାମରେ ପଡ଼ି ନଷ୍ଟ ହେଉଛି। ଫଳରେ ବ୍ୟବସାୟୀ କ୍ଷତି ସହୁଛନ୍ତି। କାରଣ ଗୋଦାମରେ ଏବେ ପର୍ଯ୍ୟାପ୍ତ ପରିମାଣର ଆଳୁ ଗଚ୍ଛିତ ନାହିଁ। ଯେତିକି ଅଛି, ତାହା ଚଢ଼ା ଦରରେ ବିକ୍ରି ହେଉଛି। ଅନ୍ୟପକ୍ଷରେ ପଶ୍ଚିମବଙ୍ଗରୁ ଆଳୁ ଗାଡ଼ି ଆସିପାରୁନି। ଯେଉଁ ୪-୫ଟି ଗାଡ଼ି ଆସୁଛି, ମୋଟା ଅଙ୍କର ଲାଞ୍ଚ ଦେଇ ଆଣିବାକୁ ପଡ଼ୁଛି। ଏହା ପ୍ରତ୍ୟକ୍ଷ ଭାବେ ପାଇକାରୀ ଓ ଖୁଚୁରା ବଜାରକୁ ପ୍ରଭାବିତ କରୁଛି। ସେହିଭଳି ଉତ୍ତରପ୍ରଦେଶ ଆଳୁକୁ ଖାଉଟି ନାପସନ୍ଦ କରୁଛନ୍ତି।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା