March 18, 2026

Utkal Sambad

ଆପରିଜନକ ଧାରାବାହିକ: ଶ୍ରୀଜଗନ୍ନାଥପ୍ରେମୀ ଭାବନାକୁ ଆହତ କରିଛି

ଭୁବନେଶ୍ବର: ପରିତାପର ବିଷୟ ଏହି ଯେ ବିଭୁ ଅଗ୍ରୱାଲ୍ (Vibhu Agrawal) ନାମକ ଜଣେ ଉଦ୍ୟୋଗୀ ଚଳିତ ଅଗଷ୍ଟ ୨୬ ତାରିଖ ଦିନ ତାଙ୍କ ‘ହରି ଓମ୍’(Hari Om) ‘ଓଟିଟି ପ୍ଲାଟ୍‌ଫର୍ମ’(OTT Platform)ରେ ‘ଜୟ ଜଗନ୍ନାଥ’(Jai Jagannath) ନାମରେ ଏକ ଆପରିଜନକ ଧାରାବାହିକ କାର୍ଯ୍ୟକ୍ରମର ପ୍ରସାରଣ ଆରମ୍ଭ କରୁଛନ୍ତି । ତାହାକୁ ‘ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଦିବ୍ୟଯାତ୍ରା’ (Divine Journey of Lord Jagannath’s Rath Yatra) ଆଖ୍ୟା ଦିଆଯାଇଛି । ଅଗଷ୍ଟ ୨୬ ତାରିଖ ଠାରୁ ‘ୟୁଟ୍ୟୁବ୍’ରେ ଏହା ପ୍ରସାରିତ ହେବ । ମାତ୍ର ଏ ବାବଦରେ ଶ୍ରୀ ଅଗ୍ରୱାଲଙ୍କ ଫେସ୍‌ବୁକ୍ ଏବଂ ୟୁଟ୍ୟୁବ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ଯେଉଁ ବିଜ୍ଞାପନ ଭିଡିଓ ପ୍ରସାରିତ ହେଉଛି ତାହା ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ ଏବଂ ଶ୍ରୀଜଗନ୍ନାଥ ତତ୍ତ୍ବବିତ୍ ମାନଙ୍କର ଧାର୍ମିକ ଓ ଆଧାମ୍ବିକ ଭାବନାକୁ ଆହତ କରିଛି |