ଭୁବନେଶ୍ବର: ଆଇଏମବି ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ ତରଫରୁ 2025-2026 ଶିକ୍ଷାବର୍ଷରେ ଏକ ବିଶେଷ ସଭା ‘ଅଲ ଓଡିଶା ଲେକ୍ଟରର୍ସ’ ମିଟ୍ 2025′ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ବିଷୟ ଥିଲା “ରାଷ୍ଟ୍ରୀୟ ଶିକ୍ଷା ନୀତି 2020”, ଯେଉଁଥୁରେ 100 ରୁ ଅଧିକ ଲେକ୍ଟରରୁ ବିଭିନ୍ନ ମହାବିଦ୍ୟାଳୟ ଏବଂ ବିଶ୍ବବିଦ୍ୟାଳୟରୁ ଅଂଶ ଗ୍ରହଣ କରିଥିଲେ।
ଏହି ସଭାର ମୁଖ୍ୟ ଅତିଥି ଭାବେ ଡ଼ା. କିଶୋର କୁମାର ଦାସ ଯୋଗଦେଇ ରାଷ୍ଟ୍ରୀୟ ଶିକ୍ଷା ନୀତିର ଉପଯୋଗିତା ଉପରେ ଆଲୋକ ପାତ କରିଥିଲେ। ମୁଖ୍ୟ ବକ୍ତା ଭାବେ ପ୍ରୋଫେସର (ଡ଼ା.) ହରିହର ପଣ୍ଡା ତାଙ୍କ ଅଭିଭାଷଣରେ ଶିକ୍ଷା ବିତ୍ତମାନଙ୍କୁ ରାଷ୍ଟ୍ରୀୟ ଶିକ୍ଷାର ମାନ ବିଷୟରେ ଆଲୋକ ପାତ କରିଥିଲେ।
ଯୁବ ସମାଜ ରାଷ୍ଟ୍ରୀୟ ଶିକ୍ଷା ନୀତିର ପ୍ରଚାର ଦ୍ବାରା, ଅଧିକରୁ ଅଧିକ ଉପକୃତ ହେବେ ବୋଲି “ ସମ୍ମାନନୀୟ ଅତିଥ୍ ନମ୍ରତା ଚଡ଼ା ତାଙ୍କ ଅଭିଭାଷଣରେ ଦର୍ଶାଇଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ସାହୁ ଏବଂ ସଚିବ ଶ୍ରୀ ରାଜର୍ଷି ଜ୍ଞାନଦର୍ଶୀ ମଧ୍ୟ ଏହି ସଭାରେ ଉପସ୍ଥିତ ଥିଲେ।
ଅନୁଷ୍ଠାନର ଡିରେକ୍ଟର ପ୍ରଫେସର ଡ଼ା. ତ୍ରିଲୋଚନ ନାୟକ ସ୍ବାଗତ ଭାଷଣରେ “ରାଷ୍ଟ୍ରୀୟ ଶିକ୍ଷା ନୀତି 2020” ର ଗୁରୁତ୍ବ ଉପରେ ଆଲୋଚନା କରିଥିଲେ।ଏହି କାର୍ଯ୍ୟକ୍ରମକୁ ପ୍ରଫେସର ପୂତିଲଗ୍ନା ବୈତୀ ଏବଂ ଦୀପାଳି ଜେନା ସଂଯୋଜନା କରିଥିଲେ ଏବଂ ପ୍ରଫେସର କୈବଲ୍ୟ ମହାନ୍ତି ସଫଳ ଭାବରେ ପରିଚାଳନା କରିଥିଲେ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ