ଗଣିଆ -(ମନୋରଞ୍ଜନ ମଳିକ )-ରାଜ୍ୟ ସରକାର ଜ ନସାଧାରଣ ଲୋକ ମାନେ କିପରି ସୁବିଧା ରେ ଗମନାଗମନ କରିପାରିବେ, ସେହି ବାବଦରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଭଲ ରାସ୍ତା ନିର୍ମାଣ କରିବା ସହିତ ବର୍ଷା ସମୟରେ ପାଣି କିପରି ନିଷ୍କାସନ ହୋଇ ପାରିବ ତାର ବ୍ୟବସ୍ଥା କରିବା କଥା କିନ୍ତୁ ନୟାଗଡ ଜ଼ିଲ୍ଲା ଗଣିଆ ବଜ଼ାର ଉପରେ ଅସରାଏ ବର୍ଷା ହେଲେ ଗଣିଆ ଥାନା ସମୁଖରୁ ଆରମ୍ଭ ହୋଇ ଗଣିଆ ତଳବଜ଼ାର ପର୍ଯ୍ୟନ୍ତ କୁତ୍ରିମ ବର୍ଷା ରେ ପରିଣତ ହେଉଛି ବୋଲି ଆପଣ ଏହି ଫଟୋ ଦେଖିଲେ ଜାଣିପାରିବେ, ଏବିଷୟ ରେ ବାରମ୍ବାର ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ସହିତ ବିଭିନ୍ନ ପେପର ରେ ବାହାରିଲେ ମଧ୍ୟ ରାଜନେତା ଠାରୁ ଆରମ୍ଭ କରି ପ୍ରଶାସନ କନିଷ୍ଠ ଯନ୍ତ୍ରୀ ଚୁପୁ ହୋଇ ବସିଛନ୍ତି, ସୂଚନା ଅନୁସାରେ ଆଜକୁ ଦୀର୍ଘ ଦିନ ହେଲା ଗଣିଆ ଉପରେ ବଜାର ଠାରୁ ଗଣିଆ ତଳ ବଜାର ଉଭୟ ପାର୍ଶ୍ୱରେ ଡ୍ରେନ ନିର୍ମାଣ ହୋଇ ଥିଲେ ମଧ୍ୟ ପୋତି ହେବାକୁ ବସିଲାଣି, ଯାହା ଫଳରେ ବାହାର ପାଣି ଡ୍ରେନ ରେ ନଯାଇ ରାସ୍ତା ଉପରେ ଯାଉଛି, ଯାହା ଫଳରେ ରାତ୍ରରେ ସରୀସୃପ ଠାରୁ ଆରମ୍ଭ ଅନ୍ୟ ବିଭିନ୍ନ ପ୍ରକାର ଜୀବଜନ୍ତୁ ଦେଖି ଭୟ ଭିତହୋଇ ଯିବା ଆସିବା ପାଇ ଜନସାଧାରଣ ଲୋକ ମାନେ ଅସୁବିଧା ହେଉଛିନ୍ତି, ପ୍ରତେକ ଦିନ ଏହି ରାସ୍ତା ଦେଇ ରାଜନେତା ଙ୍କ ଠାରୁ ଆରମ୍ଭ କରି ପ୍ରଶାସନ ଅଧିକାରୀ ମାନେ ଦେଖୁଥିଲେ ମଧ୍ୟ ଚୁପୁ ହୋଇ ବସିଛନ୍ତି, ବର୍ଷା ପୂର୍ବରୁ ଏହି ସମସ୍ୟା ସମାଧାନ କରିବାକୁ ଜନସାଧାରଣ ଲୋକ ମାନଙ୍କ ସହିତ ଗଣିଆ ସରପଞ୍ଚ ଓ ସମିତି ଜ଼ିଲ୍ଲା ପ୍ରଶାସନ ଅଧିକାରୀ କୁ ଅନୁରୋଧ କରିଛନ୍ତି, ଆଗାମୀ ଦିନରେ ଯଦି ରାସ୍ତା ଉପରୁ ପାଣି ନିଷ୍କାସନ ନ ହୁଏ, ଆନ୍ଦୋଳନ କରାଯିବ ବୋଲି ଗଣିଆ ବଜ଼ାର କମିଟି ସଭାପତି ଗଣିଆ ସରପଞ୍ଚ ଓ ସମିତି ସଭ୍ୟ ପ୍ରକାଶ କରିଛନ୍ତି,
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା