ଦୁଇ ଥରର ଅଲିମ୍ପିକ୍ସ ପଦକ ବିଜୟିନୀ ଭାରତୀୟ ସଟଲର୍ ପିଭି ସିନ୍ଧୁ ଏବଂ ଏଚ୍ଏସ୍ ପ୍ରଣୟ ବିଜୟରୁ ପ୍ୟାରିସ୍ ଅଭିଯାନ ଆରମ୍ଭ କରିଛନ୍ତି। ରବିବାର ମହିଳା ଏକକ ମୁକାବିଲାରେ ବିଶ୍ବର ୧୩ ନମ୍ବର ସିନ୍ଧୁ ସିଧାସଳଖ ୨୧-୯, ୨୧-୬ରେ ୧୧୧ ମାନ୍ୟତାପ୍ରପ୍ତ ମାଳଦ୍ବୀପର ଫତିମାତ ଅବଦୁଲ ରଜାକଙ୍କୁ ପରାସ୍ତ କରିଥିଲେ। ଏହି ମ୍ୟାଚ୍ ମାତ୍ର ୨୯ ମିନିଟ୍ରେ ଶେଷ ହୋଇଥିଲା। ପୁରୁଷ ଏକକ ଗ୍ରୁପ୍ ମ୍ୟାଚ୍ରେ ପ୍ରଣୟ ୨୧-୧୮, ୨୧-୧୨ରେ ଜର୍ମାନୀର ଫାବିଆନ ରୋଥଙ୍କୁ ହରାଇଛନ୍ତି। ଏହି ପୂର୍ବତନ ବିଶ୍ବବିଜୟିନୀ ପରବର୍ତ୍ତୀ ଗ୍ରୁପ୍ ମ୍ୟାଚ୍ରେ ୭୫ ମାନ୍ୟତାପ୍ରାପ୍ତ ଇସ୍ତୋନିଆର କ୍ରିଷ୍ଟିନ କୁବାଙ୍କୁ ଭେଟିବେ। ସିନ୍ଧୁ ୨୦୧୬ ରିଓରେ ରୌପ୍ୟ ଓ ୨୦୨୦ ଟୋକିଓରେ କାଂସ୍ୟ ଜିତିଥିଲେ।
More Stories
ଆଶୁତୋଷ ପାଇ ଭାପୁର ବ୍ଲକ ଉତ୍ସବ ମୁଖର
ଆନ୍ତର୍ଜାତୀୟ ଭଲିବଲ୍ ଫେଡେରେସନ୍ (ଏଫଆଇଭିବି) ପ୍ରଶାସନିକ ବୋର୍ଡରେ ଯୋଗଦେଲେ ଈଶା ଅମ୍ବାନୀ ଏବଂ ଲୁଇସ୍ ବାୱଡେନ୍
ଚତୁର୍ଥ ଏଲ୍ସିସି ଅଣ୍ଡର୍-୧୫ କ୍ରିକେଟ୍ ! ଉଦଘାଟନ ମ୍ୟାଚ୍ ରେ ବିବିସିଏ କ୍ଲବ୍ ବିଜୟୀ