ଭୁବନେଶ୍ୱର: ପ୍ରମୋଦ ପାତ୍ର, ପ୍ରୋପାଇଟର ପି. ଏସ. ପି. ଡିଷ୍ଟ୍ରିବୁଟର, ସତ୍ୟନଗର, ଭୁବନେଶ୍ୱର l ନିଜ ସଂସ୍ଥାରେ ନିଜେ କାମକରି କିଛି କର୍ମଚାରୀଙ୍କ ଜୀବନ ଜୀବିକା ଯୋଗାଇ ଦେଇଥିବା ମଣିଷ ଟି ଆଜି ଅର୍ଥନୈତିକ ଅପରାଧ ଶାଖା ଦିଲ୍ଲି ଙ୍କ ଦ୍ୱାରା ବିନା କାରଣରେ ଦଣ୍ଡିତ l ୧୯ ନଭେମ୍ବର ୨0୨୪ ର ଘଟଣା, ସେଦିନ ନିଜର କାର୍ଯ୍ୟକ୍ରମ ସାରି ସତ୍ୟନଗର ସ୍ଥିତ ଆଇ. ସି. ଆଇ. ସି. ମୁଖ୍ୟ ଶାଖା କୁ ଯାଇଥିଲେ, ଯେଉଁଠାରେ ତାଙ୍କର ବାଣିଜ୍ୟ ସମ୍ବଧୀୟ ଅର୍ଥ କାରବାର ହୋଇଥାଏ l ସେଦିନ ସେ ଅର୍ଥ ଉଠାଣ ସମୟରେ ଜାଣିବାକୁ ପାଇଲେ ଜେ ତାଙ୍କ ଆକାଉଣ୍ଟ ରେ ୫ ଲକ୍ଷ୍ୟ ଟଙ୍କାକୁ ସ୍ଥଗିତ କରାଯାଇଛି l ବିଭିନ୍ନ ପ୍ରକାର ଅନ୍ୱେସ୍ଵଣ ପରେ ଜାଣିବାକୁ ପାଇଲେ ଜେ ଅର୍ଥନୈତିକ ଅପରାଧ ଶାଖା, ଦିଲ୍ଲୀଙ୍କ ତରଫରୁ ତାଙ୍କ ର ଆକାଉଣ୍ଟ ରେ ଗଛିତ ଥିବା ଅର୍ଥରୁ ୫ ଲକ୍ଷ୍ୟ ଟଙ୍କାକୁ ସ୍ଥଗିତ କରାଯାଇଛି l କାରଣ ବୁଝିବାରୁ ଜଣାପଡିଲା ଜେ ଜଣେ ଗ୍ରାହକ ଜିଏ କି ତାଙ୍କଠାରୁ ୫ ଲକ୍ଷ୍ୟ ଟଙ୍କାର ଜିନିଷ କିଣି ଗୋଟେ ୫ ଲକ୍ଷ୍ୟ ଟଙ୍କାର ଚେକ ଦେଇଥିଲେ, ସେ ବାବୁ ଜଣେ ସାଇବର ଅପରାଧୀ, ସେଥିପାଇଁ ଏ ପଦକ୍ଷେପ l ତେଣୁ ବ୍ୟବସାୟୀ ଜଣଙ୍କ ନିଜର ଦୁଃଖ ଜଣାଇଛନ୍ତି ଜେ ଅର୍ଥନୈତିକ ଅପରାଧ ଶାଖାକୁ ମୁଁ ସହଯୋଗ କରିବାପାଇଁ ପ୍ରସ୍ତୁତ l କିନ୍ତୁ ମୋତେ ଜଣାଇ ଦିଆଯାଉ ମୋର ଏ ଅର୍ଥରାଶିକୁ କେଉଁ ପର୍ଯ୍ୟନ୍ତ ଲିଅନ କରି ରଖାଯିବ l ମୁଁ ବେପାରି ଅର୍ଥକରବାର କରି ବେପାର କରିବାର ମୋର ଅଭ୍ୟାସ l ସ୍ଥାନୀୟ ପୋଲିସ କାର୍ଯ୍ୟାଳୟ, ସ୍ଥାନୀୟ ଅର୍ଥନୈତିକ ଅପରାଧ ଶାଖା ସମସ୍ତଙ୍କ ପାଖକୁ ଦୌଡ଼ି ଦୌଡ଼ି ଦିଲ୍ଲି ସ୍ଥିତ ଅର୍ଥନୈତିକ ଅପରାଧ ଶାଖାକୁ ମେଲ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କିଛି ଉତ୍ତର ପାଇପାରିଲିନି l ବାଧ୍ୟହୋଉ ଗଣମାଧ୍ୟମ ମାଧ୍ୟମରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ନିବେଦନ କରୁଛି ମୋତେ ନ୍ୟାୟ ଦିଆଯାଉ, ତୁରନ୍ତ ମୋ ଆକାଉଣ୍ଟ ରୁ ଲିଅନ ହଟାଇ ନିଆଯାଉ l
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ