ଗଣିଆ – (ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଖଣ୍ଡପଡ଼ା ବ୍ଳକ ଅକୁରାବନ୍ଧ(ବଳରାମ ପ୍ରସାଦ ))ନିବାସୀ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ କୁମାର ମହାପାତ୍ରଙ୍କର ଆଜି ଅପରାହ୍ନ ୩ ଘଟିକା ସମୟରେ ଅକାଳ ବିୟୋଗ ଘଟିଛି । ଗତ କାଲି ଛାତିରେ ଯନ୍ତ୍ରଣା ହେବାରୁ ସେ ଭୂବନେଶ୍ବର ସମ୍ ମେଡ଼ିକାଲକୁ ଯାଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ହୃଦଘାତରେ ଆଜି ତାଙ୍କର ମୃତ୍ୟୁ ଘଟିଛି ବୋଲି ଜଣାପଡିଛି । ଗଣିଆ ବ୍ଳକ ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ,ରାସଙ୍ଗରେ ଦୀର୍ଘ ୩୫ ବର୍ଷ କାଳ ଶିକ୍ଷକ ଭାବେ କାର୍ଯ୍ୟ କରିବା ପରେ ସେ ଗତବର୍ଷ ମେ ମାସରେ ସୁନା ମୁହିଁ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନଶିକ୍ଷକ ଭାବେ ଚାକିରିରୁ ଅବସରଗ୍ରହଣ କରିଥିଲେ । ତାଙ୍କ ମୃତ୍ୟୁରେ ସ୍ତବ୍ଧ ପାଲଟିଯାଇଛନ୍ତି ତାଙ୍କ ପରିବାର ଏବଂ ଗ୍ରାମବାସୀ । ସେ ଜଣେ ମେଳାପି, ଉଦାର,ଶାନ୍ତ ସ୍ୱଭାବର ବ୍ୟକ୍ତି ଭାବେ ବେଶ୍ ପରିଚିତ ଥିଲେ । ତାଙ୍କ ମର ଶରୀର ତାଙ୍କ ଗ୍ରାମ ଅକୁରାବନ୍ଧରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ରାମଚନ୍ଦ୍ର ପ୍ରାଣବନ୍ଧୁ ଉଚ୍ଚ ବିଦ୍ୟାଳୟ ଏବଂ ସୁନାମୁହି ଉଚ୍ଚ ବିଦ୍ୟାଳୟର କର୍ମଚାରୀ ମାନେ ତାଙ୍କ ମର ଶରୀର ପାଖରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାରକୁ ସାନ୍ତ୍ଵନା ପ୍ରଦାନ କରିଛନ୍ତି ।
More Stories
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା