October 12, 2025

Utkal Sambad

ଅନ୍ତରଙ୍ଗ ବନ୍ଧୁ

ବାସନ୍ତିଲତା ଜେନା

ଦୁଃଖ ସୁଖ ଭରା ଜୀଵନ ପଥରେ
ବନ୍ଧୁ ଦରକାର ହୁଏ
ମନ କଥା ଖୋଲି କହିଲେ ବନ୍ଧୁରେ
ମନ ଶାନ୍ତ ହୋଇ ଯାଏ l 1l
ଭଲ ବନ୍ଧୁଟିଏ ଜୀବନରେ ଥିଲେ
ଆଉ କିଛି ଲୋଡ଼ା ନାହିଁ
ଆପଦେ ବିପଦେ ସାହା ହୋଇଥାଏ
ଦୁଃଖ ଯାଏ ତ ଦୂରେଇ l 2l
ଏସାର ଦୁନିଆ ସ୍ୱାର୍ଥରେ ଭରିଛି
ସ୍ୱାର୍ଥର ସାରଥୀ ହୋଇ
ସ୍ୱାର୍ଥ ସରିଗଲେ ଦୂରେଇ ଯାଆନ୍ତି
ବିପଦରେ ଦେଖା ନାହିଁ l 3l
ସ୍ୱାର୍ଥପର ବନ୍ଧୁ ଗରଳ ସଦୃଶ୍ୟ
ତା’ଠାରୁ ରହିବ ଦୂର
ଉପଯୁକ୍ତ ବନ୍ଧୁ ଜଣେ ଯଦି ଥିବ
ଦୁନିଆ ଲାଗେ ସୁନ୍ଦର l 4l
ବନ୍ଧୁ ପରି ବନ୍ଧୁ କୃଷ୍ଣ ହୋଇ ଥିଲେ
ଶ୍ରୀକୃଷ୍ଣ ସୁଦାମା ଜାଣ
ସୁଗ୍ରୀବ ରାମଙ୍କ ବନ୍ଧୁତ୍ୱର ପ୍ରେମ
ଇତିହାସ କରେ ଗାନ l 5l
କୃଷ୍ଣ ଅର୍ଜୁନଙ୍କ ବନ୍ଧୁତ୍ୱର ଗାଥା
ଯୋଗପ ଯୋଗୀ ହୋଇଛି
ବନ୍ଧୁ ମହାନ୍ତିଙ୍କ ଜଗନ୍ନାଥ ପ୍ରେମ
ସଂସାର ତ ଗାଉ ଅଛି l 6l
ପ୍ରକୃତ ବନ୍ଧୁର ସରଳ ହୃଦୟ
ଛନ୍ଦ କପଟ ନ ଥାଏ
ନିଃସ୍ୱାର୍ଥ ପ୍ରେମରେ ବନ୍ଧା ହୋଇ ଥାଏ
ତା ପରି କେହି ନ ହୁଏ l 7l
ବନ୍ଧୁ ଶବ୍ଦ ପରା ପବିତ୍ର ଅଟଇ
ବନ୍ଧୁ ତ ସାହସ ଶକ୍ତି
ଅନ୍ତରଙ୍ଗ ବନ୍ଧୁ ଜଣେ କେହି ଥିଲେ
ମିଳି ଥାଏ ମନେ ଶାନ୍ତି l 8l

ଗାନ୍ଧୀନଗର, ନବରଙ୍ଗପୁର