March 17, 2026

Utkal Sambad

ଅନଶନ ସ୍ଥଳରୁ ମେଡିକାଲ ଗଲେ ଅନଶନକାରୀ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ କିଶୋର ପ୍ରସାଦ ଗ୍ରାମପଂଚାୟତ ଖଲିସରା ଗ୍ରାମରେ ବେଆଇନ ଭାବେ ବସ୍ ଷ୍ଟାଣ୍ଡ ନିର୍ମାଣ କୁ ବିରୋଧ କରି ଗଣିଆ ବ୍ଲକ ସମୁଖରେ ଅନଶନ ରେ ବସିଥିବା ଖଲିସରା ଗ୍ରାମବାସୀ ଙ୍କ ମଧ୍ୟରୁ ଅନଶନକାରି ମହେଶ୍ୱର ବେହେରା ଆଜି ଅସୁସ୍ଥ ହୋଇ ପଡ଼ିଥିଲେ,ଗଣିଆ ସ୍ଵାସ୍ତ୍ୟ କେନ୍ଦ୍ର କୁ ଖବର ଦେବା ପରେ ଡାକ୍ତର ତାକୁ ଚିକିତ୍ସା ପାଇ ଗଣିଆ ମେଡିକାଲ କୁ ପଠାଇଥିଲେ,108ଆମ୍ବୁଲାନ୍ସ ଯୋଗେ ତାକୁ ଗଣିଆ ମେଡିକାଲ କୁ ନେଇ ଚିକିତ୍ସା କରାଯାଇଛି,ବେଆଇନ ବସ୍ ଷ୍ଟାଣ୍ଡ ନିର୍ମାଣ କୁ ବିରୋଧ କରି ଗ୍ରାମବାସୀ 3ଦିନ ଧରି ଆମରଣ ଅନଶନ ବସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କୌଣସି ପ୍ରଶାସନ ଅଧିକାରୀ ମାନେ ଅନଶନ ସ୍ଥଳରେ ପହଂଚି ନାହାନ୍ତି,ଅନଶନ ସ୍ଥଳରେ ବରିଷ୍ଠ ନାଗରିକ ସହିତ ବୟୋଜ୍ୟେଷ୍ଟ ବ୍ୟକ୍ତି ଥିବା ବେଳେ ଯଦି କିଛି ଅଘଟଣ ଘଟିବ ସେଥିପାଇଁ କିଏ ଦାୟୀ ରହିବ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଛନ୍ତି, ରଥଯାତ୍ରା ଡିୟୁଟି ରେ ବିଡ଼ିଓ ରହିଥିବାରୁ ବିଡ଼ିଓ ଆସିବା ପରେ ଘଟଣା ର ଯବନିକା ପଡିପାରେ ବୋଲି ଚର୍ଚ୍ଚା ହେଉଛି,ତେବେ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଏଥି ଦୃଷ୍ଟି ଦେବା ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବୀ ହେଉଛି, ଆମ ଉତ୍କଳ ସମ୍ବାଦ ରେ ଖବର ପ୍ରସାରଣ ହେଲା ପରେ ପ୍ରଶାସନ କଣ ପଦକ୍ଷେପ ଗ୍ରହଣ କରୁଛି, ତାହା ଦେଖିବାକୁ ବାକି ରହିଲା,