October 12, 2025

Utkal Sambad

ଅନଶନ ଭାଙ୍ଗିଲା, ମିଳିଲା ଛଅ ମାସ ପ୍ରତିଶୃତି

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ -ବଡମୂଳ ରାସ୍ତା ନିର୍ମାଣ କରିବା ଦାବିରେ ଛାମୁଣ୍ଡିଆ ଗ୍ରାମବାସୀ ଙ୍କ ଧାରଣା ଆଜି ଶେଷ ହୋଇଛି, ସୂଚନା ଅନୁସାରେ ବୁଧବାର ଦିନ ଅପରାହ୍ନ ସମୟ ରେ ଆରଡି ବିଭାଗ ର କର୍ମଚାରୀ ମାନଙ୍କ ସହିତ ଠିକାଦାର ଅନଶନ କରୁଥିବା ସ୍ଥଳରେ ପହଂଚି ଅନଶନ କରୁଥିବା ଜନସାଧାରଣ ଲୋକ ମାନଙ୍କୁ ବୁଝାସୁଝା କରି ଛଅ ମାସ ଭିତରେ ରାସ୍ତା କାର୍ଯ୍ୟ ଶେଷ କରିବେ ବୋଲି କହି ଲୋକ ମାନଙ୍କୁ ଅନଶନ ରୁ ଉଠାଇ ଥିଲେ, ପ୍ରଥମେ ଗଣିଆ ରୁ କଳାପାଟ ପର୍ଯ୍ୟନ୍ତ ଆରିଡି ବିଭାଗ ରୁ ପୂର୍ତ୍ତ ବିଭାଗ କୁ ହସ୍ତାନ୍ତର କରାଯିବ ବୋଲି ଆଲୋଚନା କରାଗଲା, ଛାମୁଣ୍ଡିଆ ପର୍ଯ୍ୟନ୍ତ ବଳକା ଥିବା କାର୍ଯ୍ୟ ଏକ ମାସରେ ନିର୍ମାଣ କରାଯିବା ସହିତ ନଭେମ୍ବର ମାସ ସୁଦ୍ଧା ରାସ୍ତା କାର୍ଯ୍ୟ ସମ୍ପୂର୍ଣ ହେବ ବୋଲି ଠିକାଦାର ପ୍ରତିଶୃତି ଦେଇଛନ୍ତି, ଯଦି ଠିକି ସମୟରେ ଠିକାଦାର କାର୍ଯ୍ୟ ସମ୍ପୂର୍ଣ ନ କରେ ଠିକାଦାର ଙ୍କ ଟେଣ୍ଡର ବାତିଲି ହେବ, ଠିକାଦାର ଓ ପ୍ରଶାସନିକ ଅଧିକାରୀ ମାନେ ବାରମ୍ବାର ପ୍ରତିଶୃତି ଦେଇ ପୁଣି ଠିକାଦାର ଛଅ ମାସ ପ୍ରତିଶୃତି ଏକ ପ୍ରହସନ ବୋଲି ଜନସାଧାରଣ ଲୋକ ମାନେ ଚର୍ଚ୍ଚା କରୁଛନ୍ତି, କେବେ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ତାହା ଦେଖିବାକୁ ବାକିରହିଲା, ଯଦି ଛଅ ମାସ ଭିତରେ ରାସ୍ତା କାର୍ଯ୍ୟ ନ ହୁଏ, ପୁଣି ଥରେ ଅନଶନ କରାଯିବ ବୋଲି ଛାମୁଣ୍ଡିଆ ଗ୍ରାମବାସୀ ମାନେ ପ୍ରକାଶ କରିଛନ୍ତି,