ଭୁବନେଶ୍ବର: ଭାରତୀୟ ବିକାଶ ପରିଷଦ ସହିତ ଅନୁବନ୍ଧିତ ଅଙ୍ଗନବାଡି କର୍ମୀ ସଂଘଠନ ଓଡିଶା କର୍ମୀ ଓ ହେଇପେର ମାନଙ୍କ ନିମ୍ନ ଲିଖିତ ମୌଳିକ ସମସ୍ୟା ସମାଧାନ ନିମନ୍ତେ
ମାନ୍ୟବର ଉଚ୍ଚନ୍ୟାଆଳୟ ଓଡିଶା ରିଟ ପିଟିସନ WPC NO- 3082/24 ତା 14.03.2024 ରେ ମାନ୍ୟବର ଜଷ୍ଟିସ ଶଶିକାନ୍ତ ମିଶ୍ର ପ୍ରମୁଖ ଶାସନ ସଚିବ, ମହିଳା ଓ ଶିଶୁ ବିକାଶ ବିଭାଗ ଙ୍କୁ ନିର୍ଦ୍ଦେଶପ୍ରଦାନ କରିଛନ୍ତି ଯେ ଓଡ଼ିଶାର ସମସ୍ତ ଅଙ୍ଗନବାଡି କର୍ମୀ ମାନଙ୍କୁ ଅନ୍ୟ ରାଜ୍ୟ ତଥା ତାମିଲନାଡୁ, ଦିଲ୍ଲୀ ଓ ଗୁଜରାଟ ରାଜ୍ୟସରକାର ଦେଉଥିବା ମାସିକ ଭତା, ଗ୍ରାଚୁଟି ଓ ଅନ୍ୟାନ୍ୟ ସୁବିଧା ତିନିମାସ ମଧ୍ଯରେ ପ୍ରଦାନ କରାଯାଉ କିନ୍ତୁ ରାଜ୍ୟସରକାର ଦୀର୍ଘ ଆଠ ମାସ ବିତିଯାଇଥିଲେ ମଧ୍ୟ ହାଇ କୋର୍ଟଙ୍କ ଆଦେଶକୁ ପାଳନ କରିନାହାନ୍ତି ତେଣୁ ତୁରନ୍ତ ସମସ୍ତ ସୁବିଧା ଦିଆଯାଉ ।
ଅଙ୍ଗନବାଡି ରନ୍ଧା ଖାଦ୍ୟ ର ମୂଲ୍ୟ ନିର୍ଧାରଣ କମିଟି 2013 ମସିହା ଠାରୁ ଦୀର୍ଘ 12 ବର୍ଷରୁ ଉଦ୍ଧ ହେଲା ଅନୁଷ୍ଠିତ ହେଇନଥିବା ଯୋଗୁଁ ରାଜ୍ୟରେ ଖାଉଟି ଦ୍ରବ୍ୟର ଦରଦାମ ବହୁଗୁଣିତ ବନ୍ଧିତ ହେଇଥିଲେ ମଧ୍ୟ ରାଜ୍ୟସରକାର ଖାଦ୍ୟ ପଦାର୍ଥ ଯଥା ଅଣ୍ଡା, ଡାଲି ଓ ତେଲ, ମୂଲ୍ୟ ଯଥାକ୍ରମେ ଅଣ୍ଡା ପ୍ରତି ଟ 5/ ଙ୍କା, ଡାଲି kg ପ୍ରତି ମୂଲ୍ୟ ଟ 64/ ଙ୍କା ଏବଂ ତେଲ ଲିଟର ପିଛା ଟ 74/ଟଙ୍କା ପ୍ରଦାନ କରିଆସୁଥିବା ବେଳେ ବଜାର ମୂଲ୍ୟ ଅଣ୍ଡା ପ୍ରତି ଟ.7/ ରୁ ଟ 8 / ଙ୍କା, ଡାଲି kg ପ୍ରତି ବଜାର ମୂଲ୍ୟ ଟ 150/ ଏବଂ ତେଲ ଲିଟର ପିଛା ବଜାର ମୂଲ୍ୟ ଟ 140/ ଟଙ୍କା ରେ ଅଙ୍ଗନବାଡି କର୍ମୀମାନେ ଋଣ କରି କ୍ରୟ କରି ଖାଦ୍ୟ ବଣ୍ଟନ କରିବା ପାଇଁ ବାଧ୍ୟ ହେଉଛନ୍ତି ଯାହାଫଳରେ ଋଣ ଗ୍ରସ୍ତ ଯୋଗୁଁ କିଛି କର୍ମୀ ଆତ୍ମହତ୍ୟା କରି ଜୀବନ ହାରିଛନ୍ତି । ତେଣୁ ତୁରନ୍ତ ରାଜ୍ୟସ୍ତରୀୟ ଖାଦ୍ୟ କମିଟି ଅନୁଷ୍ଠିତ କରାଇ ଅଣ୍ଡା, ଡାଲି ଓ ତେଲ ମୂଲ୍ୟ ବର୍ଦ୍ଧିତ କରାଯାଉ।
ଯେଉଁପରି ଅଙ୍ଗନବାଡି କର୍ମୀ ମାନଙ୍କୁ ସଢା 50% ଭାଗ ସୁପେରଭାଇଜର ପଦବୀରେ ପ୍ରମୋସନ ଦେଇ ନିଯୁକ୍ତି ଦେଉଛନ୍ତି ସେହିପରି ରାଜ୍ୟରେ ନିଯୁକ୍ତ ANM, PEO ଓ ଶିକ୍ଷକ ପଦବୀର ଶତକଡା 50% ଭାଗ ଅଙ୍ଗନବାଡି ମାନଙ୍କ ଶିକ୍ଷାଗତ ଯୋଗ୍ୟତା ସମ୍ପର୍ଣ କର୍ମୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଉ, କାରଣ ଅଙ୍ଗନବାଡି କର୍ମୀ ମାନେ ବିଭିନ୍ନ ପ୍ରକାର ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଯଥା କୋରାନ 2019 ପରିଚାଳନା, ଗର୍ଭବତୀ ମା ଓ ଶିଶୁମାନଙ୍କ ଟୀକା କାର୍ଯ୍ୟ କ୍ରମ ଭଳି ବହୁ ପ୍ରକାର କରୁଥିବା ବେଳେ ବିଭିର୍ନ ପ୍ରକାର ଭନ୍ନୟନ କାର୍ଯ୍ୟ, ସର୍ଭେ, ଭୋଟର ତାଲିକା ପ୍ରସ୍ତୁତି, ବିପିଏଲ ତାଲିକା ପ୍ରସ୍ତୁତି ଇତ୍ୟାଦି ଜାତୀୟ କାର୍ଯ୍ୟକ୍ରମ କରିଆସୁଥିବା ବେଳେ ପ୍ରତିଦିନ ପ୍ରି ସ୍କୁଲ ପରିଚାଳନା କରି ପିଲା ମାନଙ୍କୁ ପାଠ ପଢାଯାଉଛି ।
ଅଙ୍ଗନବାଡି କର୍ମୀଙ୍କୁ ଗତ 2021 ମସିହାରେ ଯୋଗାଇ ଦିଆ ଯାଇ ଥିବା ମୋବାଇଲ ଫୋନ ନିମ୍ନ ମାନର ହେଇ ଥିବା ଯୋଗୁ ଫୋଳ କାମ ନ କରି ଅଚଳ ହୋଇ ପଡିଛି, ତେଣୁ ନୂତନ ମୋବାଇଲ ଫୋନ କ୍ରୟ ପାଇଁ ଅଙ୍ଗନବାଡି ଙ୍କୁ ସର୍ବ ନିମ୍ନ 20ହଜାର ଟଙ୍କା ଲେଖାଏଁ ଦିଆଯାଉ ।
ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ସମସ୍ତ ସ୍କୁଲ, କଲେଜ, କୋର୍ଟ ଓ କଚେରୀ ଗୁଡିକୁ ଗ୍ରୀଷ୍ମ ଅବକାଶ ରାଜ୍ୟସରକାର
ଦେଉଥିବା ବେଳେ ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକ ସମୟ ସକାଳୁଆ କାର୍ଯ୍ୟ ନିର୍ଘଣ୍ଟ ପରିବର୍ତନ କରୁଥିଲେ ମଧ୍ୟ
ଅଙ୍ଗନବାଡି ମାନଙ୍କ ପ୍ରି ସ୍କୁଲ ଗ୍ରୀଷ୍ମ ଅବକାଶ ହେଉନଥିବା ଯୋଗୁଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଓଡିଶା ରିଟ ପିଟିସନ WPCNO. 17242/23 ତା 23.05.2023 ରେ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଗ୍ରୀଷ୍ମ ଛୁଟି ପ୍ରଦାନ ପାଇଁ ଆଦେଶ ପ୍ରଦାନ କରିଥିଲେ ମଧ୍ଯ ଅଙ୍ଗନବାଡି କେନ୍ଦ୍ର ଖୋଲା ରହୁଛି ଯାହା ଫଳରେ କୁନି କୁନି ଶିଶୁମାନଙ୍କ ଜୀବନ ବନ୍ଧା ଦେଇ ରାଜ୍ୟସରକାର ଛୁଟିଲଘୋଷଣା କରୁନାହାନ୍ତି ଯାହାଫଳରେ ବହୁ ଶିଶୁ ସୂର୍ଯ୍ୟ ତାପ ରୋଗରେ ପୀଡିତ ହେଉଛନ୍ତି ଯଦି କୌଣସି ଶିଶୁ କିମ୍ବା ଗର୍ଭବତୀ ମହିଳା ସୂର୍ଯ୍ୟ ତାପ ଯୋଗୁଁ ମୃତ୍ୟୁ ବରଣ କରନ୍ତି ରାଜ୍ୟସରକାର ଦାୟୀ ରହିବେ,ତେଣୁ ଅଙ୍ଗନବାଡି ଙ୍କୁ ଗ୍ରୀଷ୍ମ ଛୁଟି ପ୍ରଦାନ କରାଯାଉ
ଅଙ୍ଗନବାଡି କର୍ମୀଙ୍କୁ ଆକ୍ରୋଶ ଛଟେଇ ବନ୍ଦ ହେଉ ଓ ଅଙ୍ଗନବାଡି କର୍ମୀଙ୍କ ବିରୁଦ୍ଧରେ ହେଉ ଥିବା ଅଭିଯୋଗ ଶୁଣାଣି ପାଇଁ ଜିଲ୍ଲା ସ୍ତରରେ ଏକ କମିଟି ଗଠନ ହେଉ ଓ ଏହି କମିଟିରେ ଅଙ୍ଗନବାଡି କର୍ମୀଙ୍କୁ ରଖା ଯାଇ. ଅଙ୍ଗନବାଡି କର୍ମୀଙ୍କ ପରିବାର ପାଇଁ ସ୍ୱାସ୍ଥ ବୀମା ବାର୍ଷିକ ଟ 10ଲକ୍ଷ୍ୟ ପ୍ରଦାନ କରାଯାଉ ।
ଅବସର ପରେ ଅଙ୍ଗନବାଡି କର୍ମୀ ଓ ସହାୟିକାଙ୍କୁ ସର୍ବ ନିମ୍ନ ପାଞ୍ଚ ଲକ୍ଷ୍ୟ ଓ ତିନି ଲକ୍ଷ୍ୟ ଟଙ୍କା ଲେଖାଏଁ ଦିଆ ଯାଉ
ମାନ୍ୟବର ଗୁଜରାଟ ହାଇ କୋର୍ଟ ଙ୍କ ନିର୍ଦେଶ ପ୍ରକାରେ ସମସ୍ତ ଅଙ୍ଗନବାଡି କର୍ମୀ ଓ ହେଲ୍ମର ଙ୍କୁ ନିଯୁକ୍ତିକୁ ସିଭିଲ ପୋଷ୍ଟ
ତୁରନ୍ତ ଘୋଷଣା କରି ସରକାରୀ କର୍ମଚାରୀ ମାନ୍ୟତା ସହିତ ସମସ୍ତ ସୁବିଧା ପ୍ରଦାନ କରାଯାଉ।
ଅଙ୍ଗନବାଡି କେନ୍ଦ୍ରର ଗୃହ ନିର୍ମାଣ ଓ ମରାମତି କାର୍ଯ୍ୟାଦେଶ ଡିପାର୍ଟମେଣ୍ଟାଲି ଅଙ୍ଗନବାଡି କର୍ମୀଙ୍କ ଦ୍ବାରା ନିର୍ମାଣ କରାଯାଉ
ଯାହାଫଳରେ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ ଉତ୍କୃଷ୍ଠ ମାନର ନିର୍ମାଣ ହେଇପାରିବ କିନ୍ତୁ କାର୍ଯ୍ୟାଦେଶ ଅନ୍ୟ ଲୋକଙ୍କୁ ପ୍ରଦାନ ଫଳରେ ବହୁ କେନ୍ଦ୍ର ଅଧା ପନ୍ତରୀୟ ହେଇ ଭଗ୍ନ ଅବସ୍ଥାରେ ପଡ଼ିରହିଛି ଏବଂ କାର୍ଯ୍ୟଟି ସମ୍ପୂର୍ଣ ହେଇଥିଲେ ମଧ୍ୟ ନିମ୍ନ ମାନର ନିର୍ମାଣ ଯୋଗୁଁ ନୂତନ କୋଠା ରୁ ପାଣି ଗଢିବା ସହିତ ରୁଗୁଣ ଅବସ୍ଥାରେ ପଡିରହିଛି ଏବଂ ଅଙ୍ଗନବାଡି କେନ୍ଦ୍ର ନିର୍ମାଣରେ ଦୁର୍ନୀତିକୁ ମଧ୍ଯ ରୋକିଯାଇପାରିବ ।
ଉପରୋକ୍ତ ସମସ୍ତ ଦାବିଗୁଡିକ ଅଦ୍ୟ ଦିନ ଠାରୁ ଏକ ମାସ ମଧ୍ୟରେ କାର୍ଯ୍ୟକାରୀ କରାନଯାଏ, ଭାରତୀୟ ବିକାଶ ପରିଷଦ
ଅନୁବନ୍ଧିତ ଅଙ୍ଗନବାଡି କର୍ମୀ ଓ ହେଲ୍ମର ସଂଘଠନ ଓଡିଶା ରାଜ ରାସ୍ତା କୁ ଆସିବାସହିତ ଆବଶ୍ୟକ ସ୍ଥଳେ ମାନ୍ୟବର
ଉଚ୍ଚନ୍ୟାୟାଳୟ ର ଆଶ୍ରୟ ନେବା ପାଇଁ ଭାରତୀୟ ବିକାଶ ପରିଷଦ ବାଧ୍ଯ ହେବ ।
More Stories
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ
ତ୍ରିନାଥ ଜୀଉ ଙ୍କ ୨୨ତମ ବାର୍ଷିକ ଉତ୍ସବ ଓ ନୂତନ ବିଗ୍ରହ ପ୍ରତିଷ୍ଠା
ଗୋପବନ୍ଧୁ ସ୍ମାରକୀ ବକ୍ତୃତା ପ୍ରତିଯୋଗିତା