ସୁକାନ୍ତ ଖଣ୍ଡା
ରାତି ପାହିଲେ ଅଗଷ୍ଟ ପନ୍ଦର। କୁନିର ତର ନାହିଁ। ରାତି ପାହାନ୍ତାରୁ ଉଠି ନିଜର ନିତ୍ୟକର୍ମ ସାରି ଗାଧୋଇ ପଡ଼ି ନୂଆ ଫ୍ରକ୍ ପିନ୍ଧି ଫୁଲ ତୋଳିବାକୁ ବାହାରି ଗଲା। ସେ ତରତର ହୋଇ ଫୁଲ ତୋଲୁଛି ତ ହଠାତ୍ ଗୋଟିଏ ଗଖୋର ସାପର ଫୁତ୍କାର ଶୁଣିଲା। କୁନି ବିଲକୁଲ ଡରିଗଲା ନାହିଁ। ପାଖକୁ ଯାଇ କହିଲା,”ସାପ ଭାଇ ! ମୋତେ ଡରାଇବାକୁ ଇଚ୍ଛା ନା ମୃତ୍ୟୁର କୋଳରେ ଶୁଆଇ ଦେବାକୁ ଇଚ୍ଛା? ଯଦି ଡରାଇବାକୁ ଚାହୁଁଛୁ ତ ମୁଁ ମୋଟେ ଡରିବି ନାହିଁ ଆଉ ଯଦି ମୃତ୍ୟୁର କୋଳରେ ଶୁଆଇବାକୁ ଚାହୁଁଛୁ ତ ଟିକିଏ ଅପେକ୍ଷା କର। ମୋତେ ଭାରତ ମାଆଙ୍କ ପାଇଁ କିଛି କରିବାକୁ ଦିଅ। ଆଜି ଅଗଷ୍ଟ ପନ୍ଦର ଭାରତ ମାତା ବିଦେଶୀ ଶାସନରୁ ମୁକ୍ତି ପାଇଛନ୍ତି। ତାଙ୍କୁ ମୋର ଅନନ୍ତ କୋଟି ପ୍ରେମ,ଭକ୍ତି,ପ୍ରଣାମ,ସମ୍ମାନ ଆଉ ପୂଜାପାଠ କରିବାର ଅଛି ଅଥଚ ତୁମେ ମୋତେ ଭୟଭୀତ କରାଉଛ କାହିଁକି?”
ଗାଖୋର ସାପଟି କୁନିର କଥାକୁ ବିଲକୁଲ ମନକର୍ଣ୍ଣ ଦେଇ ଶୁଣିଲା। ସେ ଫୁତ୍କାର କରି ଭୟଙ୍କର କଥା ପଦେ କହିଲା,”କୁନି ! ଆଜି ମୋର ହାତରୁ ତୋର ମୃତ୍ୟୁ ହେବା ସ୍ବାଭାବିକ କିନ୍ତୁ ଯେବେ ଭାରତ ମାତାଙ୍କ ପାଇଁ କିଛି କରିବାକୁ ଚାହୁଁଛ ଅବଶ୍ୟ ତୁମକୁ ଛାଡ଼ିଦେଇ ଚାଲି ଯାଉଛି କିନ୍ତୁ ସାବଧାନ ଯେବେ ଭାରତ ମାତାଙ୍କୁ ସେବା କରି ସାରିବ ଅବଶ୍ୟ ଫେରିଆସି ଏଠାରେ ମୋତେ ଦେଖା କରିବ। ମୁଁ ତୁମର ଜୀବନ ନେବି ଅନ୍ୟଥା ମୃତ୍ୟୁର ଦେବତା ଯମଙ୍କ ପାଖରେ ଅସତ୍ୟ ହିଁ ହୋଇଯିବି।” କୁନି ସାପର ଭାବକୁ ବୁଝିଗଲା। ସଂସାରରେ ଏହି ତ ନିୟମ ମୃତ୍ୟୁ ତ ସମସ୍ତଙ୍କୁ ଆସେ ତେବେ ଭୟ କାହିଁକି? ସେ ଶପଥ କରି କହିଲା,”ସାପଭାଇ ! ତୁମେ ନିଶ୍ଚିତ ରୁହନ୍ତୁ। ମୁଁ କେବଳ ଭାରତ ମାତାଙ୍କ ପ୍ରତି ପ୍ରଣାମ ଆଉ ସମ୍ମାନ ଦେଇ ହିଁ ତୁମ ପାଖକୁ ଫେରି ଆସିବି।” ବାସ୍! ଏତିକି କଥା ସରି ନାହିଁ ଗଖୋର ସାପଟି ସେଠାରୁ ଚାଲିଗଲା କୁନି ବଡ଼ ଆନନ୍ଦ ଓ ଉତ୍ସାହ ସହକାରେ ନିଜ ଚାଙ୍ଗୁଡ଼ିରେ ଫୁଲ ତୋଳି ସିଧା ବିଦ୍ୟାଳୟକୁ ଚାଲିଗଲା। ସେ ଯାଇ ବିଦ୍ୟାଳୟ ପ୍ରାଙ୍ଗଣ ଝାଡୁମାରି ପୂରା ପରିବେଶ ସଫା କଲା। ପ୍ରଧାନ ଗୁରୁଜୀଙ୍କ ସହ ସପ୍ରେମରେ କାମ କରି ପତାକାକୁ ବାନ୍ଧି ଖୁଣ୍ଟିକୁ ଠିଆ କରେଇଲା। ସମସ୍ତ ଭାଇ ଭଉଣୀ ଧାଡ଼ିରେ ଠିଆ କରେଇ ପ୍ରଭାତ ଫେରି ସହ ବିଦ୍ୟାଳୟକୁ ଫେରି ଆସିଲା। ବିଦ୍ୟାଳୟରେ ବିଭିନ୍ନ ଭାଇ ଭଉଣୀ ପରି ସେ ମଧ୍ୟ ଭାଷଣ, ଦେଶାତ୍ମବୋଧକ ସଙ୍ଗୀତ,ପ୍ୟାରେଡ ଓ ଯୋଗରେ ଭାଗ ନେଲା। ବଡ଼ ଆଶ୍ଚର୍ଯ୍ୟ କଥା ଏହି କି କୁନି ଆଜି ସବୁ ପ୍ରତିଯୋଗିତାରେ ପ୍ରଥମ ହିଁ ହୋଇ ପୁରସ୍କୃତ ହେଲା। ଉପସ୍ଥିତ ଗ୍ରାମବାସୀ ସହ ବିଦ୍ୟାଳୟ କମିଟି କୁନିକୁ ଭୂରିଭୂରି ପ୍ରଶଂସା କଲେ ଓ ବିଭିନ୍ନ ଉପହାର ଦେଲେ। ପ୍ରଧାନ ଗୁରୁଜୀ କୁନିକୁ କୁଣ୍ଢାଇ ପକାଇ ଆନନ୍ଦରେ ଗଦଗଦ ହୋଇ କହିଲେ,”କୁନି ! ଆଜି ପରି ଯଦି ସବୁଦିନ ଏହିପରି ନିଷ୍ଠାର ସହ କର୍ମ ସମ୍ପାଦନ କରିବୁ ଭବିଷ୍ୟତ ଅବଶ୍ୟ ଉଜ୍ଜମୟ ହେବ ହିଁ ହେବ। ଅନ୍ୟ ଗୁରୁମା ଓ ଗୁରୁଜୀଗଣ ମଧ୍ୟ କୁନିର ମୁଣ୍ଡ ଆଉଁସି ଆଶୀର୍ବାଦ ଓ କଲ୍ୟାଣ ସହିତ ଭବିଷ୍ୟତର ଚଲାପଥ କୁସୁମିତ ପାଇଁ ଭାରତ ମାତାଙ୍କ ପାଖରେ କୋଟି ପ୍ରାର୍ଥନା କଲେ।
ମିଷ୍ଠାନ୍ନ ବଣ୍ଟନ ସରିଲା। ସଭିଏଁ ନିଜ ନିଜ ଘରକୁ ଚାଲଗଲେ ହେଲେ କୁନି ବିଲକୁଲ ନିଜ ଘରକୁ ନ ଯାଇ ସିଧା ଚାଲିଲା ସେଇ ମନ୍ଦାର ଫୁଲଗଛ ପାଖକୁ ଯେଉଁଠି ଗଖୋର ସାପଟି କୁନିକୁ ବିଲକୁଲ ଆସିବା ପଥକୁ ଅପେକ୍ଷା କରିଥିଲା। କୁନି ପାଖକୁ ଯାଇ ନିଜର ଦେହ ଓ ମନକୁ ସାପ ପାଖରେ ସମର୍ପଣ କରି କହିଲା,”ସାପଭାଇ ! ମୁଁ ଆସିଗଲି ଏବେ ମୋର ଜୀବନ ନେଇପାରେ। କୁନି ନିଜର ଜୀବନକୁ ପୂରା ସମର୍ପଣ କରିବା ଦେଖି ଗୋଖର ସାପଟି ଆଶ୍ଚର୍ଯ୍ୟ। ସେ ଗଛରୁ ଓହ୍ଲାଇ ଆସି କୁନିର ପାଦ ପାଖରେ ଲୋଟିଗଲା ଆଉ ଫୁତ୍କାର କରି କହିଲା,”କୁନି ! ଆଜିଠାରୁ ମୁଁ ତୋର ଭାଇ ହୋଇଗଲି। ତୋର ସୁରକ୍ଷା ମୋର ହାତରେ। ଗଖୋର ସାପଟି କୁନିର କୌଣସି କ୍ଷତି ତ କଲା ନାହିଁ ଓଲଟି ଓଲଗି ହେବା ଘଟଣା ସଭିଙ୍କୁ ଆଚମ୍ବିତ କରିଦେଲା। ସାରା ଗ୍ରାମର ଲୋକେ,ଗୁରୁଜୀ,ଗୁରୁମାଆ ଆଉ କମିଟିର ଲୋକେ ଉପସ୍ଥିତ ଥିଲେ। କୁନିର ଆଚରଣ ଆଉ ଉଚ୍ଚାରଣରେ ପ୍ରତି ସଭିଏଁ ପ୍ରୀତ ହୋଇ କୋଟି ଧନ୍ୟବାଦ ଦେଲେ। କୁନି ଆଜି ଗୋଟିଏ ଭାଇ ପାଇଛି ଯଦିଓ ନିଜ ମାଆ ପେଟର ଭାଇ ନୁହଁ ତଥାପି ବି ଏବେ ଏଇ ଭାଇଟିକୁ ପାଇ ନିଜକୁ କୃତାର୍ଥ ମଣୁଛି। ବାପା ଆଉ ମାଆ କୁନିର ଏହି ସାହସିକତା ପାଇଁ ନିଜକୁ ଗର୍ବ ଆଉ ଗୌରବ ମଣି କୋଟି କୃତାର୍ଥ ମଣୁଛନ୍ତି।
ସତରେ ! ଅଗଷ୍ଟ ପନ୍ଦର ସେ ଦିନ କୁନିକୁ ଏକ ଅପୂର୍ବ ବର ମିଳିଗଲା। ଯିଏ ଭାରତ ମାତାଙ୍କ ପ୍ରତି ପୂର୍ଣ୍ଣ ଉତ୍ସର୍ଗୀକୃତ ଥିଲା। କୁହାଯାଏ ଯିଏ ଭାରତ ମାତାଙ୍କ ପ୍ରତି ସମର୍ପିତ ତାକୁ ଯୋଗ୍ୟା ସନ୍ତାନ ବୋଲି କିଏ ଭଲା କହି ନ ପାରିବ କୁହ? ଯଦିବା ଯୋଗ୍ୟ ସନ୍ତାନ ମରିବ କିନ୍ତୁ ମରିକି ଆମର ହୋଇ ବଞ୍ଚି ରହିବ ନୁହେଁ ତ ଆଉ କ’ଣ? ସେ ଦିନ ସାରା ଭାରତରେ ସ୍ଵାଧୀନତା ଦିବସ ପାଳନ ହେଉଥିଲା। ସବୁଆଡେ ସେଇ ଗୋଟାଏ ଧ୍ଵନି ଭାରତ ମାତା କି ଜୟ। ଆଜି ଏହି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହେଉଥିଲା। ସତ୍ୟ,ଶାନ୍ତି ପବିତ୍ରତାର ପ୍ରତୀକ ତ୍ରିରଙ୍ଗା ପତାକା ଫରଫର ହୋଇ ଉଡୁଥିଲା। ଦେହ,ମନ ଆଉ ପ୍ରାଣ ଯେମିତି ଅଳ୍ପ ସମୟ ଭିତରେ ଆନନ୍ଦ ଓ ଉତ୍ସାହରେ ଭରି ଯାଉଥିଲା ସଭିଙ୍କର ଅଥଚ କୁନି ନିଜକୁ ପ୍ରମାଣିତ କରିଦେଲା ସେ କେତେ ଭାରତ ମାତାଙ୍କୁ ନିଷ୍ଠାର ସହିତ ଭଲପାଏ।
ସତରେ ! କୁନି ହିଁ ଜଣେ ଶିଶୁ କନ୍ୟା ଯିଏ ଭାରତ ମାତାଙ୍କର ଯୋଗ୍ୟା ସନ୍ତାନ ଅଟେ। ତାର ଦୀର୍ଘଜୀବି କାମନା ଆମ ସମସ୍ତଙ୍କର ହେଉ। ଭଲ ମଣିଷ ହେବା ସହିତ ସାରା ସଂସାରରେ ମରିକି ଅମର ହେଉ ଏତିକି କାମନା
*
ଶିକ୍ଷକ ଟାଙ୍ଗରତଳି ମଣତା ଘଟଗାଁ କେନ୍ଦୁଝର
More Stories
ଭୃଣ
ଆଲୋକର ଖେଳ