June 26, 2025

Utkal Sambad

ଅକ୍ଟୋବର ୮ରୁ ‘ପ୍ରୟାସ’ର ନବରାତ୍ର ଦାଣ୍ଡିଆ ମହୋତ୍ସବ

ଭୁବନେଶ୍ୱର : ଜଗତ୍ ଜନନୀ ମା ଦୁର୍ଗାଙ୍କ ଶାରଦୀୟ ପୂଜା ଅବସରରେ ମା’ଙ୍କୁ ସମର୍ପିତ ଏକାଦଶ ପ୍ରୟାସ ନବରାତ୍ର ଦାଣ୍ଡିଆ ମହୋତ୍ସବ ଅକ୍ଟୋବର ମାସ ୮ ରୁ ୧୩ ତାରିଖ ( ସନ୍ଧ୍ୟା ୬ଟା ରୁ ୧୦ଟା) ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ରାଜଧାନୀ ଭୁବନେଶ୍ଵରର କେନ୍ଦ୍ରସ୍ଥଳ ତଥା ମହୋତ୍ସବର ପ୍ରାଣକେନ୍ଦ୍ର ୟୁନିଟ୍-୩ ସ୍ଥିତ ପ୍ରଦର୍ଶନୀ ପଡିଆ ପରିସରରେ ପ୍ରୟାସ ନବରାତ୍ର ଦାଣ୍ଡିଆ ସାଂସ୍କୃତିକ ବିଧବିଧାନ ଓ ସମ୍ପୂର୍ଣ ପାରିବାରିକ ବାତାବରଣରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହେବ । ଏଥର ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଏହି ମହୋତ୍ସବର କଳାତ୍ମକ ଦିଗକୁ ପ୍ରାଧାନ୍ୟ ଦିଆଯାଇ ଦାଣ୍ଡିଆ ସମ୍ବନ୍ଧିତ ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଛି । ଏଥର ୨୪୦୦୦ ବର୍ଗଫୁଟର ମେଗା ଷ୍ଟେଜରେ ୬ ଦିନ ଧରି ଏହି ମହୋତ୍ସବରେ ଅଭିଜ୍ଞ ନୃତ୍ୟଶିଳ୍ପୀଙ୍କ ତତ୍ତ୍ୱାବଧାନରେ ଦାଣ୍ଡିଆ ନୃତ୍ୟ, ଅତ୍ୟାଧୁନିକ ଏଲ୍‌ଇଡି ଆଲୋକ ସଜ୍ଜା, ଉନ୍ନତମାନର ଲାଇଭ ବ୍ୟାଣ୍ଡ ସହ ଆଲୋକମାଳାର ଅପୂର୍ବ ସମନ୍ବୟ ନୃତ୍ୟାଙ୍ଗନାଙ୍କପାଇଁ ସ୍ଵତନ୍ତ୍ର ଷ୍ଟେଜ୍, ବିଭିନ୍ନ ଖାଦ୍ୟ ସଂସ୍ଥାମାନଙ୍କ ଦ୍ଵାରା ସ୍ଵାସ୍ଥ୍ୟକର ଖାଦ୍ୟ ପାନୀୟ ଷ୍ଟଲ୍ , ମୁଖ୍ୟ ନୃତ୍ୟ ସ୍ଥଳ ପାଇଁ ପ୍ରଶସ୍ତ, ମଜବୁତ ଓ ସୁରକ୍ଷିତ ଫ୍ଲୋରବୋର୍ଡ ଷ୍ଟେଜ୍ ବ୍ୟବସ୍ଥା କରାଯାଇଛି । ମହୋତ୍ସବର ପ୍ରତ୍ୟେକ วิด Best Dancer, Best Couple, Best Costume and Best Kids Dancer ศครู ดูดด ดูดค କରାଯିବ। ଏହି ସାଂସ୍କୃତିକ ମହୋତ୍ସବର ବିବିଧ ଦିବସରେ ସମାଜର ବହୁ ବିଶିଷ୍ଟ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି ଉପସ୍ଥିତ ରହି ନୃତ୍ୟପ୍ରେମୀଙ୍କୁ ଉତ୍ସାହିତ କରିବେ । ବ୍ୟବସାୟିକ ନୁହେଁ ବରଂ ସାଂସ୍କୃତିକ ଉତ୍କର୍ଷତା ନିମିତ୍ତ ଜନସାଧାରଣଙ୍କ ସହଭାଗୀ ସହଯୋଗୀତା ପାଇଁ ପ୍ରୟାସର ଅଧ୍ଯକ୍ଷ ବନ ମହାନ୍ତି, ବୁଦ୍ଧ ମନ୍ଦିର, ଇଉନିଟ୍-୩ ଠାରେ ଆୟୋଜିତ ପ୍ରେସ୍‌ମିଟ୍‌ରେ ସୂଚିତ କରିଥିଲେ ଏବଂ ଗଣମାଧ୍ୟମ ଜରିଆରେ ଲୋକଙ୍କ ନିକଟରେ ସୂଚନା ପହ‌ଞ୍ଚାଇବା ପାଇଁ ଅନୁରୋଧ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରୟାସର ସଦସ୍ୟମାନେ ତଥା ଜୟନ୍ତ କୁମାର ମହାନ୍ତି, କୌସ୍ତୁଭ ଦାସ, ସୁରେଶ କୁମାର ପତ୍ରୀ, କମଳ ମହାନ୍ତି, ଜସ୍‌ମିନ୍ ମହାନ୍ତି, ସୋନାଲୀ ପ୍ରିୟଦର୍ଶିନୀ, ସୂର୍ଯ୍ୟ ନାରାୟଣ ମହାନ୍ତି, ପପୁ, ରିଶି, ସୂର୍ଯ୍ୟ ଏବଂ ଉମାକାନ୍ତ ତାଣ୍ଡି ପ୍ରମୁଖ ଉପସ୍ଥିତ ଥିଲେ।