ଭୁବନେଶ୍ୱର: ଓଡ଼ିଶାରେ ବିଧାନସଭା ନିର୍ବାଚନ ପୂର୍ବରୁ ତତ୍କାଳୀନ ସରକାର ୧୫୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଦେବାକୁ ଘୋଷଣା କରିଥିଲା। ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଣ ବ୍ୟବସ୍ଥା ନେଇ କୌଣସି ଘୋଷଣା କରାଯାଇ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ସ୍ପଷ୍ଟ କରିଛନ୍ତି । ଅନ୍ୟପଟେ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି କେନ୍ଦ୍ରୀୟ ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ରକଳ୍ପ ସ୍ଥାପନ କରୁଥିବା ଘରଗୁଡ଼ିକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ଦେବାକୁ ପଡିବ ନାହିଁ ବୋଲି ଭାଜପା କହିଥିଲା। ଯାହାକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିବାରୁ ବିଭାଗୀୟ ମନ୍ତ୍ରୀ ସ୍ପଷ୍ଟୀକରଣ ରଖିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି କେନ୍ଦ୍ରୀୟ ଯୋଜନା ଅଧୀନରେ ଛାତ ଉପରେ ସୋଲାର ପ୍ରକଳ୍ପ ସ୍ଥାପନ କରୁଥିବା ଘରଗୁଡ଼ିକୁ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଲ୍ ଦେବାକୁ ପଡିବ ନାହିଁ । ଏ ବାବଦରେ କେନ୍ଦ୍ର ସରକାର ୩ କିଲୋୱାଟ୍ ପର୍ଯ୍ୟନ୍ତ ସୋଲାର ପ୍ରକଳ୍ପ ସ୍ଥାପନ ପାଇଁ ୭୮ ହଜାର ଟଙ୍କା ରିହାତି ପ୍ରଦାନ କରୁଛନ୍ତି । ଏହି ପ୍ରକଳ୍ପ ଦ୍ୱାରା ମାସିକ ୩୦୦ ୟୁନିଟ୍ରୁ ଅଧିକ ବିଜୁଳି ଉତ୍ପାଦିତ ହୋଇପାରିବ । ଏହାଦ୍ୱାରା ଉପଭୋକ୍ତା ଲାଭବାନ୍ ହେବେ ବୋଲି ସେ କହିଛନ୍ତି ।
More Stories
ଗଣିଆ ବ୍ଲକ ବିଭିନ୍ନ ସ୍ଥାନ ରେ ରଥଯାତ୍ରା ପାଳିତ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ