March 12, 2026

Utkal Sambad

ହୀରାକୁଦ ଡ୍ୟାମର 20 ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ

ସମ୍ବଲପୁର: ଖୋଲିଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍ । ଏହାକୁ ମିଶାଇ ଏବେ ମୋଟ୍ ୨୦ଟି ଗେଟରେ ନିଷ୍କାସିତ ହେଉଛି ବନ୍ୟାଜଳ। ଆଜି ସକାଳ ସାଢେ ୯ଟାରେ ପୂଜାର୍ଚ୍ଚନା କରାଯାଇ ୭ଟି ଗେଟ୍ ଖୋଲାଯାଇଥିଲା। ଏହାପରେ ଆଉ ୭ଟି ଗେଟ୍ ଖୋଲାଯାଇଥିଲା। ବର୍ତ୍ତମାନ ଡାହାଣ ପଟେ ୬ଟି ଓ ବାମ ପାର୍ଶ୍ୱରେ ୧୪ଟି ଗେଟ୍ ଖୋଲାଯାଇଛି। ଯେହେତୁ ଡ୍ୟାମ ଭିତରକୁ ବନ୍ୟାଜଳର ପ୍ରବେଶ ବଢୁଛି, ତେଣୁ ଆଗକୁ ଆହୁରି ଅଧିକ ଗେଟ୍ ଖୋଲିବା ନେଇ ଡ୍ୟାମ କର୍ତ୍ତୃପକ୍ଷ ନିଷ୍ପତ୍ତି ନେବେ। କିନ୍ତୁ ଏବେ ଏବେ ନୁହେଁ ଆସନ୍ତାକାଲି ଜଳସ୍ତରକୁ ଦେଖି ଅଧିକ ଗେଟ୍ ଖୋଲା ଯିବ କି ନାହିଁ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ।