ରଣପୁର : ରଣପୁର ଅଂଚଳରେ ଦିନକୁ ଦିନ ନିଶା କାରବାର ବଢୁଥିବାବେଳେ ଏବେ ଆକ୍ସନ ମୁଡ଼ରେ ରଣପୁର ପୋଲିସ l ସୁନାଖଳା ପୋଲିସ କୋଟଗଡ଼ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ବେଳେ ସନ୍ଦେହ ହବାରୁ ଜଣେ ବାଇକ ଚାଲାକକୁ ଅଟକ ରଖି ଚେକିଂ କରିବା ବେଳେ ତାହା ଠାରୁ 7ଗ୍ରାମ ବ୍ରାଉନ ସୁଗାର ସହ ପଲସର ବାଇକ ଜବତ କରି ଅଭିଯୁକ୍ତ ଯୋଗେନ୍ଦ୍ର ପ୍ରଧାନ ଙ୍କୁ ଗିରଫ କରିଛି ସୁନାଖଳା ପୋଲିସ l ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ଏକ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି l ଏହା ପଛରେ ଏକ ବଡଧରଣରେ ଗ୍ୟାଙ୍ଗ କାମ କରୁଥିବା ସନ୍ଦେହ କରାଯାଉଥିବା ବେଳେ ଅଧିକ ତଦନ୍ତ ହେଉଥିବା ଶରଣକୁଳ SDPO ସୁଧାକର ସାହୁ ଗଣମଧ୍ୟ୍ୟମ କୁ ସୂଚନା ଦେଇଛନ୍ତି l
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ