ଗଣିଆ -(ମନୋରଞ୍ଜନ ମଳିକ)- ନୟାଗଡ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ ବଡ଼ସିଲିଙ୍ଗା ପଞ୍ଚାୟତର ସମସ୍ତ ମୌଳିକ ଅଧିକାର ରୁ ବଞ୍ଚିତ ରହୁଥିବା ମୁସୁଗୁଡା ଗ୍ରାମର ଅଧିବାସୀ ଓ ବଡଶିଲିଙ୍ଗl ପଞ୍ଚାୟତ ବାସୀ ଗତ ମଙ୍ଗଳ ବାର ଦିନ ଅଞ୍ଚଳର ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ରହୁଥିବା ଲାଗି ବ୍ଲକ ସମ୍ମୁଖରେ ଦୁଇଦିନ ଧରି ଭାରତ ବିକାଶ ପରିଷଦ ର ସହଯୋଗ ରେ ଅଞ୍ଚଳବାସୀ ଅନଶନ ଜାରି ରଖିଥିଲେ l ସମସ୍ତ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ହେବା ପରେ ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଥିବା ମୁଶୁଗୁଡl ଗ୍ରମରେ ତତ୍ କ୍ଷଣାତ ଡାକ ନିରୀକ୍ଷକ ଙ୍କ ଦ୍ୱାରା ସାଇନ୍ ବୋର୍ଡ ଲଗାଯାଇଥିଲା l ଏହା ଜାଣିବା ପରେ ଗ୍ରାମ ର ଜନସାଧାରଣ ଓ ପଞ୍ଚାୟତ ବାସି ବହୁତ ଖୁସି ଅନୁଭବ କରି ଥିଲେ l ଏବଂ ଦୁର ସଂଚାର ବ୍ୟବସ୍ଥ ନ ହେଲେ ମଧ୍ୟ ଡାକ ଅଫିସ ଦ୍ୱାରା ଖବର ଅନ୍ତର , ସରକାରଙ୍କ ବିଭିନ୍ନ ସୁବିଧା ପାଇପlରିହେବ ବୋଲି ଜାଣିଥିଲେl ବହୁ ଦିନର ଆଶା ଓ ଆଶଙ୍କା ଦୁର ହେଲା ବୋଲି ଅନୁଭବ କରି ଥିଲେ llମାତ୍ର ଦୁଃଖର ବିଷୟ ଦୀର୍ଘ ତିନି ଦିନ ହେଲା ସାଇନ୍ ବୋର୍ଡ ମାରିବା ପରେ ସେଠାରେ କୌଣସି ଡାକ କର୍ମଚାରୀ ଙ୍କ ଦେଖା ମିଳିନଥିବା ଅଭିଯୋଗ କରି ଥିଲେ ବଡଶିଲିଙ୍ଗା ଉନ୍ନୟନ କମିଟି ସଭ୍ୟ ନିରଞ୍ଜନ ଦାସ l

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ