June 27, 2025

Utkal Sambad

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳନ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ରେ ଥିବା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ଶିଶୁ ଭାଇ ଓ ଭଉଣୀ ମାନେ ଧୂମୁଧାମରେ ପାଳନ କଲେ ଜନ୍ମାଷ୍ଟମୀ, ଶିଶୁ ଭାଈ ଓ ଭଉଣୀ ମାନେ ବଜ଼ାର, ଗଣିଆ ଗ୍ରାମ ପରିକ୍ରମା କରି ଲୋକ ମାନଙ୍କୁ କୃଷ୍ଣ ଜନ୍ମ ଦିନ ଓ ଆଜି ଜନ୍ମଷ୍ଟାମୀ ବୋଲି ଲୋକ ମାନଙ୍କୁ ସଚେତନ ବାର୍ତା ଦେଉଥଲେ, ଏହିଭଳି କାର୍ଯ୍ୟକ୍ରମ ଦେଖି ଅଂଚଳ ବାସୀ ଶିଶୁ ଭାଈ ଓ ଭଉଣୀ ମାନଙ୍କୁ ପ୍ରଶଂସା କରିଥିଲେ, ଏହି କାର୍ଯ୍ୟକ୍ରମ ରେ ବିଦ୍ୟାମନ୍ଦିର ସମ୍ପାଦକ ଶ୍ରୀଯୁକ୍ତ ବସନ୍ତ କୁମାର ସାହୁ, କୋଷାଧକ୍ଷ ଶରତ କୁମାର ଜେନା, ପ୍ରଧାନ ଗୁରୁଜୀ ନିରଞ୍ଜନ ମହାପାତ୍ର, ଆଚାଯ୍ୟ ପ୍ରତିନିଧି ପ୍ରତାପ ଚନ୍ଦ୍ର ବେହେରା, ଅନ୍ୟ ଗୁରୁଜୀ ଓ ଗୁରୁମା, ଶିଶୁ ଭାଈ ଓ ଭଉଣୀ ମାନେ ଉପସ୍ଥିତ ଥିଲେ I