March 18, 2026

Utkal Sambad

ସମାଜରେ ବରିଷ୍ଠ ନାଗରିକଙ୍କ ଅବଦାନ ଅତୁଳନୀୟ

ଭୁବନେଶ୍ୱର: ଏନ୍ ଆରସି ଡବ୍ଲ୍ୟୁଡି ପକ୍ଷରୁ ରେଳ ଅଡିଟୋରିୟମରେ ଅନ୍ତର୍ଜାତୀୟ ବୟୋଜ୍ୟେଷ୍ଠ ଦିବସ ଅନୁଷ୍ଠିତ ହୋଇଯାଇଛି। ଦିବସର ବିଷୟବସ୍ତୁ ରହିଥ୍ ଲା, ସମ୍ମାନର ସହିତ ବାର୍ଦ୍ଧକ୍ୟ, ବିଶ୍ଵବ୍ୟାପୀ ବୟସ୍କ ବ୍ୟକ୍ତିଙ୍କ ଯତ୍ନ ଏବଂ ସମର୍ଥନ ପ୍ରଣାଳୀକୁ ମଜଭୁତ କରିବାକୁ ଗୁରୁତ୍ବ ଦେବା। ମୁଖ୍ୟ ଅତିଥି ବାଚସ୍ପତି ସୁରମା ପାଢ଼ୀ, ସମ୍ମାନିତ ଅତିଥି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶସ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଆଦିତ୍ୟ ବାହିନୀ ଗୋବର୍ଦ୍ଧନ ପୀଠ ପୁରୀର ସଭାପତି ପଣ୍ଡିତ ମାତୃପ୍ରସାଦ ମିଶ୍ର ପ୍ରମୁଖ ଯୋଗଦେଇ କହିଥିଲେ ସମାଜରେ ବରିଷ୍ଠ ନାଗରିକଙ୍କ ଅବଦାନ ଅତୁଳନୀୟ।

ଏନ୍‌ଆରସିଡବ୍ଲ୍ୟୁଡି ପରାମର୍ଶଦାତା ନାଗେଶ୍ଵର ପଟ୍ଟନାୟକ ସ୍ଵାଗତ ଭାଷଣ ପ୍ରଦାନ କରିବା ପରେ ଆରଆରଟିସି -ଏଚ୍ଆରସିଡବ୍ଲ୍ୟୁଡି ପ୍ରକଳ୍ପ ନିର୍ଦ୍ଦେଶିକା ସର୍ମିଲି ପରିଡ଼ା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପ୍ରତିଷ୍ଠାତା ତଥା ସମ୍ପାଦକ ସୁକାନ୍ତ କୁମାର ପରିଡ଼ା ଅଧ୍ୟକ୍ଷତା କରିଥିଲେ।