ଗଣିଆ: (ମନୋରଞ୍ଜନ ମଳିକ ) :ନୟାଗଡ ଜ଼ିଲ୍ଲା ଗଣିଆ ବ୍ଲକ ଅତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ରକ୍ଷାବନ୍ଧନ ପର୍ବ ପାଳିତ ହୋଇ ଯାଇଛି I ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଗଣିଆ ଥାନା ଭାରପ୍ରାପ୍ତ ଅଧିକାରୀ ଲକ୍ଷଣ ଦଣ୍ଡସେନ ଯୋଗ ଦେଇ ଥିବା ବିଦ୍ୟାଳୟର ସମ୍ପାଦକ ବସନ୍ତ କୁମାର ସାହୁ, ପ୍ରଧାନ ଆଚାଯ୍ୟ ନିରଞ୍ଜନ ମହାପାତ୍ର, ପରିଚାଳନା କମିଟିର ସମସ୍ତ କର୍ମକର୍ତା ଓ ଗୁରୁଜୀ ଗୁରୁମା, ଶିଶୁ ଭାଈ ଓ ଭଉଣୀ ଉପସ୍ଥିତ ଥିଲେ I ମୁଖ୍ୟ ଅତିଥି କହିଥିଲେ ଭଉଣୀ ଭାଈ ହାତରେ ରକ୍ଷୀ ବାନ୍ଧିଲେ ଭଉଣୀ ର ଭାଈ ରକ୍ଷା କବଚ ହୋଇ ପାରିବ, ନିଶା ନିବାରଣ ଉପରେ ଲୋକ ମାନଙ୍କୁ ସଚେତନ କରିବା ସହିତ ଶିଶୁ ମନ୍ଦିରର କୁନି କୁନି ପିଲାମାନଙ୍କୁ କିପରି ପରିବେଶକୁ ପଦୂଷଣରୁ ମୁକ୍ତ କରିବା, ଗଛ ଲଗାଇ ଅମ୍ଳଜାନ କିପରି ସଠିକ ଭାବରେ ପାଇଁ ପାରିବା ଶିକ୍ଷା ଦେଇଥିଲେ I

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ