March 16, 2026

Utkal Sambad

ଲଡୁ ବିବାଦରେ ବଡ ପଦକ୍ଷେପ ନେବେ ମୋଦିସରକାର

ନୂଆଦିଲ୍ଲୀ: ତିରୁପତି ମନ୍ଦିର ସହ ଜଡିତ ଲଡୁ ବିବାଦରେ ମୋଦିସରକାର ବଡ ପଦକ୍ଷେପ ନେଇଛନ୍ତି। ସୋମବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଘିଅ ଯୋଗାଣକାରୀ କମ୍ପାନୀକୁ ଏକ କାରଣ ଦର୍ଶାଅ ନୋଟିସ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରଣାଳୟ ଚାରୋଟି କମ୍ପାନୀରୁ ନମୁନା ନେଇଥିଲା, ସେଥିମଧ୍ୟରୁ ଗୋଟିଏ କମ୍ପାନୀର ନମୁନା ଗୁଣାତ୍ମକ ପରୀକ୍ଷାରେ ବିଫଳ ହୋଇଥିଲା ଏବଂ ଏଥିରେ ପଶୁ ଚର୍ବି ଥିବା ଜଣାପଡିଥିଲା। ବାସ୍ତବରେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ରାଜ୍ୟର ପୂର୍ବତନ ସିଏମ ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତିରୁପତିରେ ପ୍ରସାଦ ପାଇଁ ବ୍ୟବହୃତ ଲଡୁରେ ପଶୁ ଚର୍ବି ଥିବା ସେ ଅଭିଯୋଗ କରିଥିଲେ। ନାଇଡୁଙ୍କ ଏହି ଅଭିଯୋଗକୁ ସମର୍ଥନ କରି ଟିଡିପି ସରକାର ଗୁଜରାଟର ଏକ ଲ୍ୟାବ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏହି ରିପୋର୍ଟରେ, ଲଡୁରେ ଚର୍ବି ନିଶ୍ଚିତ କରାଯାଇଥିଲା।