ଭୁବନେଶ୍ୱର: ରୋଟ୍ରାକ୍ଟ କ୍ଲବ ଭୁବନେଶ୍ୱର ତୋଷାଳୀ ତରଫରୁ ଏହାର ଷଷ୍ଠ ଅଧିଷ୍ଠାନ ଉତ୍ସବ ଜୟଦେବ ବିହାର ସ୍ଥିତ ଇଭେଣ୍ଟ ସ୍କ୍ୱାୟର ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ଅବସରରେ ରୋଟ୍ରାକ୍ଟ କ୍ଲବର ୨0୨୪ – ୨୫ ବର୍ଷାପାଇଁ ସଭାପତି ଆକାଂକ୍ଷା ମହାପାତ୍ର ସମ୍ପାଦକ ଶାଶ୍ୱତ ସାହୁ ଦାୟିତ୍ୱ ଗ୍ରହଣ କରିଥିଲେ l ମୁଖ୍ୟ ଅତିଥି ଭାବେ ଶ୍ରୀଯୁକ୍ତ ସରୋଜ କୁମାର ମହାପାତ୍ର, DRR ସହିନିଲ ଖାନ, ADRR ବ୍ୟମକେଶ ପୃଷ୍ଟି, ସମ୍ମାନିତ ଅତିଥି PDRR କୌଶଳ ସାହୁ ଏବଂ ଅନ୍ୟତମ ମୁଖ୍ୟ ଅତିଥି ଲିତିଶା ମଙ୍ଗତ ପଣ୍ଡା ଯୋଗଦେଇଥିଲେ l ଉକ୍ତ ଉତ୍ସବ ରେ ପ୍ରାନ୍ତପାଳ ଜଙ୍ଗ୍ୟାଶିଷ ମହାପାତ୍ର ରିଟରୀ କ୍ଲବ ର ମୁଖ୍ୟ ଉଦ୍ୟାଶ କଣ ସେ ବିଷୟରେ ଉପସ୍ଥିତ ସମସ୍ତ ଅତିଥି ଏବଂ ପତ୍ରକାର ମାନଙ୍କୁ ବୁଝାଇ ଥିଲେ l ଏହି ଉତ୍ସବରେ ସମସ୍ତ ପୁରାତନ PDR, DRR ଓ ସମସ୍ତ ଅତିଥି ମାନଙ୍କୁ ସମ୍ମାନିତ କରାଯାଇଥିଲା l A.G ଶ୍ରୀଯୁକ୍ତ ସୁକାନ୍ତ କୁମାର ସାହୁ ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବା ସଭାପତି ଓ ସମ୍ପାଦକ ଙ୍କୁ ଶପଥ ପାଠ କରାଇଥିଲେ l ସମ୍ପାଦକ ଏହି ବର୍ଷର କଣ କଣ କାର୍ଯ୍ୟକ୍ରମ କରାଯିବ ସେ ବିଷୟରେ ବିବରଣୀ ପ୍ରକାଶ କରିଥିଲେ l ପରିଶେଷରେ ରୋଟାରୀ କ୍ଲବ ତୋଷାଳୀର ସଭାପତି କବୀପ୍ରସାଦ ରାଉତରାୟ ସମସ୍ତ ଅତିଥି, ରୋଟ୍ରାକ୍ଟ କ୍ଲବ ର ସମସ୍ତ ଉପସ୍ଥିତ ସଭ୍ୟା ମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସଭା ସାଙ୍ଗ ପାଇଁ ନିର୍ଦେଶ ଦେଇଥିଲେ l
More Stories
ଗଣିଆ ବ୍ଲକ ବିଭିନ୍ନ ସ୍ଥାନ ରେ ରଥଯାତ୍ରା ପାଳିତ
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ