June 26, 2025

Utkal Sambad

ରୋଟାରୀ ଜିଲ୍ଲା ଥ୍ରୀଟୁ /ସିକ୍ସଟୁ ପକ୍ଷରୁ ପୂର୍ବତନ ପ୍ରତିରକ୍ଷା ଅଧିକାରୀ ତଥା ରୋଟାରିଆନ ମାନଙ୍କୁ ସମ୍ଵର୍ଦ୍ଧନା ସମାରୋହ

ଭୁବନେଶ୍ୱର: ରୋଟାରୀ ଇଣ୍ଟରନ୍ୟାଶନାଲ ଜିଲ୍ଲା ଥ୍ରୀଟୁ /ସିକ୍ସଟୁ ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏବଂ ରୋଟାରୀ କ୍ଲବ୍ ଅଫ୍ ହେରିଟେଜ ଭୁବନେଶ୍ୱର ପକ୍ଷରୁ ଏକ ଗୌରବମୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ସ୍ଥଳସେନା, ନୌସେନା ଏବଂ ବାୟୁସେନାର ୧୭ ଜଣ ଭେଟ୍ରାନ ମାନଙ୍କୁ ସମ୍ମାନିତ କରାଯାଇଥିଲା, ଯେଉଁମାନେ କେବଳ ଦେଶର ସୁରକ୍ଷାରେ ନୁହେଁ, ବର୍ତ୍ତମାନ ମଧ୍ୟ ରୋଟାରିୟାନ୍ ଭାବରେ ସମାଜ ସେବାରେ ଉସ୍ଛର୍ଗୀକୃତ ଯୋଗଦାନ କରୁଛନ୍ତି।
ଏହି ସମ୍ବର୍ଦ୍ଧନା ଅନୁଷ୍ଠିତ ହୋଇଥିଲା ରୋଟାରୀ ଭବନ, ୟୁନିଟ-୯ ଭୁବନେଶ୍ୱରରେ ସନ୍ଧ୍ୟା ୫ ଟା ୩0 ରେ। ଏଥିରେ ଜିଲ୍ଲା ଗଭର୍ନର ରୋଟାରିୟାନ୍ ଯଜ୍ଞାଷିଶ ମହାପାତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ ଏବଂ କମୋଡୋର ଦିନବନ୍ଧୁ ଜେନା ଏବଂ ମେଜର ଜେନେରାଲ୍ ଡ଼. ପି.କେ. ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ଏହି ଅବସରରେ ପୂର୍ବତନ ଜିଲ୍ଲା ଗଭର୍ନର ଶିବବ୍ରତଦାଶ, ବିଭିନ୍ନ କ୍ଲବର ପ୍ରେସିଡେଣ୍ଟ, ରୋଟାରିୟାନ୍‌ ଏବଂ ଅନେକ ନିମନ୍ତ୍ରିତ ଅତିଥି ଉପସ୍ଥିତ ଥିଲେ।
ରୋଟାରୀୟାନ୍ ରୁଦ୍ର ମହାପାତ୍ର, ଜିଲ୍ଲା ଅଧ୍ୟକ୍ଷ (ଯୁଦ୍ଧ ଭେଟେରାନ୍‌) ମଞ୍ଚରେ ଉପସ୍ଥିତ ଥିଲେ। ଏହି ଅବସରରେ ସେନା ଯୋଦ୍ଧାମାନଙ୍କ ଦେଶପାଇଁ ଅତୁଳନୀୟ ଅବଦାନକୁ ସ୍ୱୀକାର କରି ସମ୍ମାନିତ କରାଯାଇଥିଲା।ରୋଟାରୀ ଜିଲ୍ଲାର ପ୍ରଥମ ମହିଳା ରୋଟାରୀୟାନ୍ ଇତ୍ତୁନ୍ ମହାପାତ୍ର, ଦେଶଭକ୍ତି ସଂଗୀତ ପ୍ରସ୍ତୁତ କରି ଉପସ୍ଥିତ ଅତିଥିମାନଙ୍କୁ ଅଭିଭୂତ କରିଥିଲେ।
ରୋଟାରୀୟାନ୍ ଜ୍ଞାନ ରଞ୍ଜନ ରଥ, ଅଧ୍ୟକ୍ଷ, ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ଏହି କାର୍ଯ୍ୟକ୍ରମର ଅୟମାରମ୍ଭ କରିଥିଲେ, ରୋଟାରୀଆନ ଜ୍ଞାନରଞ୍ଜନ ରଥ ସଭାପତି ରୋଟାରି କ୍ଲବ ଭୁବନେଶ୍ୱର, ସମ୍ପାଦକ ସରୋଜ କୁମାର ମହାପାତ୍ର,ପୂର୍ବତନ ସଭାପତି ଇଂ ସୁଧାଂଶୁ ଶେଖର ହରିଚନ୍ଦନ,ସମ୍ମାନିତ ଅତିଥିଭାବେ ମେଜର ଜେନରାଲ ପ୍ରଦୀପ କୁମାର ପଟ୍ଟନାୟକ ଏବଂ ରୋଟାରୀୟାନ୍ ବିଚିତ୍ରାନନ୍ଦ ନାୟକ, ଅଧ୍ୟକ୍ଷ, ରୋଟାରୀ କ୍ଲବ୍ ଅଫ୍ ଭୁବନେଶ୍ୱର ହେରିଟେଜ୍, ଏହାର ପରିଚାଳନା କରିଥିଲେ।
ଜିଲ୍ଲା ଗଭର୍ନର ରୋଟାରୀୟାନ୍ ଯଜ୍ଞାଶିଷ ମହାପାତ୍ରଙ୍କ ଅତୁଳନୀୟ ସେବା ମନୋଭାବ ଓ ସମର୍ଥନରେ ଏପରି ଏକ ସୃଜନାତ୍ମକ ଓ ମନୋଜ୍ଞ ମହୋତ୍ସବ ସମ୍ଭବ ହୋଇପାରି ଥିବାରୁ ସମ୍ବର୍ଦ୍ଧିତ ରୋଟାରିଆନମାନେ ସାଧୁବାଦ ଜ୍ଞାପନ କରିଥିଲେ।
ରୋଟାରୀ କ୍ଲବ ଭୁବନେଶ୍ବର ହେରିଟେଜର ସଂପାଦକ ଡକ୍ଟର ସତ୍ଯାନନ୍ଦ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।