June 27, 2025

Utkal Sambad

ରାଜସ୍ଥାନ ହାଇକୋର୍ଟର ନିର୍ଦ୍ଦେଶ: ଆଶାରାମଙ୍କୁ ମିଳିଲା ୭ ଦିନର ପାରୋଲ 

ଯୋଧପୁର: ଯୌନ ନିର୍ଯାତନା ଅଭିଯୋଗରେ ଯୋଧପୁର ସେଣ୍ଟ୍ରାଲ ଜେଲରେ ଦଣ୍ଡ ଭୋଗୁଥିବା ବିବାଦୀୟ ଧର୍ମଗୁରୁ ଆଶାରାମଙ୍କୁ କୋର୍ଟ ୭ ଦିନିଆ ପାରୋଲ ପ୍ରଦାନ କରିଛନ୍ତି। ରାଜସ୍ଥାନ ହାଇକୋର୍ଟ ଆଶାରାମଙ୍କୁ ଚିକିତ୍ସା ପାଇଁ ପାରୋଲ ପ୍ରଦାନ କରିଛନ୍ତି। ଆଶାରାମଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ତାଙ୍କୁ ପାରୋଲ ମିଳିଛି । ପୁଲିସ ହେପାଜତରେ ଚିକିତ୍ସା ପାଇଁ ଆଶାରାମ ମହାରାଷ୍ଟ୍ର ଯିବେ। ଆଶାରାମଙ୍କ ମହାରାଷ୍ଟ୍ରରେ ଚିକିତ୍ସା କରାଯିବ। ହାଇକୋର୍ଟର ବିଚାରପତି ଡକ୍ଟର ପୁଷ୍ପେନ୍ଦ୍ର ସିଂ ଭାଟିଙ୍କୁ ନେଇ ଗଠିତ ଖଣ୍ଡପୀଠ ଅନ୍ତରୀଣ ପାରୋଲକୁ ଅନୁମୋଦନ କରିଛନ୍ତି।