“ସ୍ମୃତି ଯାହା ଅପାସୋରା”. ଆଜିକୁ ଠିକ 6 ବର୍ଷ ତଳେ ହୋଇଥିବା ପ୍ରଥମ ବନ୍ଧୁମିଳନ ବେଳେ ଏମିତି କିଛି ଟ୍ୟାଗ ଲାଇନ ରଖିଥିଲୁ. ବାସ୍ତବରେ ସ୍କୁଲ ଦିନର ସେଇ ସ୍ମୃତି ସତରେ ଅପାସୋରା ଯାହାକୁ ଆଜି ମର୍ମେ ମର୍ମେ ଅନୁଭବ କରିଥିଲେ ସମସ୍ତ ପୁରାତନ ଛାତ୍ରଛାତ୍ରୀ. ଫେବୃଆରୀ 16 ତାରିଖ ରବିବାର ଦିନ 2005 ମସିହା ମାଟ୍ରିକ ବ୍ୟାଚର ବନ୍ଧୁମିଳନ ଉତ୍ସବ ରଘୁନାଥ ମଧୁସୂଦନ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି. ଏହି ଅବସରରେ ବ୍ୟାଚର ପୁରାତନ ଛାତ୍ରଛାତ୍ରୀମାନେ ଯୋଗ ଦେବା ସହ ସେହି ସମୟର ଶିକ୍ଷକମାନେ ଯୋଗ ଦେଇଥିଲେ. ଛାତ୍ରଛାତ୍ରୀମାନେ ନିଜର ବିଦ୍ୟାଳୟରେ ନିଜ ନିଜର ସ୍ମୁତିକୁ ବଖାଣିବା ସହ ଭାବ ବିହ୍ଵଳ ହୋଇପଡ଼ିଥିଲେ. ଶିକ୍ଷକମାନେ ପିଲାମାନଙ୍କୁ ଭଲ ମଣିଷଟିଏ ହେବା ସହ ନିଜ ନିଜ ଅନୁଷ୍ଠାନକୁ ଏମିତି ଭଲ ପାଇବା ସହ ତା ସହ ଯୋଡି ହୋଇ ରହିବାକୁ ପରାମର୍ଶ ଦେଇଥିଲେ. ଏହି ଅବସରରେ ବିଦ୍ୟାଳୟର ପ୍ରାକ୍ତନ ପ୍ରଧାନଶିକ୍ଷକ ବାସୁଦେବ ବେହେରା ସ୍କୁଲର ଆଲୁମିନି ସହ ଯୋଡି ହୋଇ ରହିବା ସହ ନିଜ ଅନୁଷ୍ଠାର ଉନ୍ନତି ଦିଗରେ ସହଯୋଗ କରିବାକୁ ପରାମର୍ଶ ଦେଇଥିଲେ. ସେହିପରି ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ସାହୁ ଦୀର୍ଘ 20 ବର୍ଷ ପରେ ପୁରାତନ ଛାତ୍ରଛାତ୍ରୀଙ୍କୁ ଦେଖି ଖୁସି ହେବା ସହ ପିଲାମାନଙ୍କ ଭବିଷ୍ୟତ ଜୀବନ ଉଜ୍ଜଳମୟ ହେଉ ବୋଲି ଆଶୀର୍ବାଦ କରିଥିଲେ. ପିଲାମାନେ ଏତେ ବର୍ଷ ପରେ ନିଜ ସ୍କୁଲର ସେହି ପୁରୁଣା ଡେସ୍କ ବେଞ୍ଚରେ ବସି ନିଜ ନିଜର ପିଲାଦିନର ସ୍ମୃତିକୁ ମନେ ପକେଇଥିଲେ. ଛାତ୍ରଛାତ୍ରୀଙ୍କ ମଧ୍ୟରେ ସହଦେଵ ମହାରଣା, ମାନସ ସ୍ୱାଇଁ, ସୂର୍ଯ୍ୟକାନ୍ତ ବେହେରା ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ.

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ