March 18, 2026

Utkal Sambad

ମହାବୀର ସଂସ୍କୃତିକ ପରିଷଦ ର ନୂତନ କର୍ମକର୍ତା ଚୟନ

ଗଣିଆ -(ମନୋରଞ୍ଜନ ମଳିକ )-ନୟାଗଡ ଜ଼ିଲ୍ଲା ଗଣିଆ ବଜ଼ାର ରେ ଥିବା ବହୁ ପୁରାତନ କ୍ଳବ ମହାବୀର ସଂସ୍କୃତିକ ପରିଷଦ ର ନୂତନ କର୍ମକର୍ତା ଚୟନ ଅନୁଷ୍ଠିତ ହୋଇ ଯାଇଛି ବୋଲି ଜଣାପଡିଛି,ଖବର ନେବାରେ ଜଣାଗଲାଯେ କିଶୋର ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆ ରେ ଆୟୋଜକ ସଭା ରେ ଅସ୍ଥାୟୀ ସଭାପତି ହଲିମ ଖାଁ ସଭାପତିତ୍ୱ କରିଥିଲେ, ସର୍ବ ସମ୍ମାନିତ ସଭାପତି ଭାବେ ଗଣିଆ ଗ୍ରାମ ପଂଚାୟତ ସରପଞ୍ଚ ଶ୍ରୀ ଗିରିଧାରୀ ସେଠୀ କୁ ନୂତନ ସଭାପତି ଭାବେ ଚୟନ କରିଥିବା ବେଳେ ଉପ ସଭାପତି ଭାବେ ପୂର୍ଣଚନ୍ଦ୍ର ବେହେରା, ସମ୍ପାଦକ ସନ୍ତୋଷ କୁମାର ବେହେରା, କୋଷାଧକ୍ଷ ପ୍ରଦୀପ ମହାପାତ୍ର, ସାଂସ୍କୃତିକ ସମ୍ପାଦକ ଦେବୀ ପ୍ରସାଦ ଦାଶ କ୍ରୀଡା ସମ୍ପାଦକ ଫକୀର ମୋହନ ଡାକୁଆ, କୁ ଚୟନ କରାଯାଇଛି,ଉପଦେଷ୍ଟା ଭାବେ ଅଶୋକ କୁମାର ବେହେରା, ଅଜୟ କୁମାର ଲେଙ୍କା, ପ୍ରଶନ କୁମାର ସାହୁ, ମହେଶ୍ୱର ମହାରଣା, ହଲିମ ଖାଁ, ସଭ୍ୟ ଭାବେ ଅବଦୁଲ ଅଲିମ ଖାଁ, ଅଜୟ ସେଠି, ସୁଶାନ୍ତ ବେହେରା, ଲଷ୍ମୀଧର ବେହେରା କୁ ମନୋନୀତ କରାଯାଇଥିଲା, ଗଣିଆକପ ଫୁଟବଲ ଟୁର୍ନାମେଣ୍ଟ ଆସନ୍ତା ଜାନୁୟାରୀ ମାସ 26ତାରିଖ ଠାରୁ ଆରମ୍ଭ ହେବା ପାଇ ସ୍ଥିର କରାଯାଇଅଛି,ଏହି ଟୁର୍ନାମେଣ୍ଟ ପାଇ ବିଭିନ୍ନ ପ୍ରକାର କମିଟି ଗଠନ କରାଯାଇ ଦା୍ୟୁତ ହସ୍ତାନ୍ତର କରାଯାଇଥିଲା,ଦଳମତ ନିର୍ବିଶେଷରେ ସମସ୍ତେ ଏକ ତ୍ରିତ ହୋଇ କାମ କରିବାକୁ ନୂତନ ସଭାପତି ସମସ୍ତ କୁ ଅନୁରୋଧ କରିଥିଲେ,ଦୀର୍ଘ ଦିନ ହେବ ଫୁଟୁବଲ ଖେଳ ବନ୍ଦ ଥିବାରୁ ଏ ବର୍ଷ ଟୁର୍ନାମେଣ୍ଟ ହେଉ ଥିବାରୁ ଲୋକ ମାନଙ୍କ ମନରେ ଖୁସିର ଲହରୀ ଖେଳିଯାଇଛି |