October 11, 2025

Utkal Sambad

ମମତା ଇସ୍ତଫା ଦିଅନ୍ତୁ: ନିର୍ଭୟାଙ୍କ ମା’ ଆଶା ଦେବୀ 

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଅବସ୍ଥିତ ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ତାଲିମପ୍ରାପ୍ତ ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି। ଏହି ଘଟଣାକୁ ନେଇ ସାରା ଦେଶବାସୀଙ୍କ କମ୍ପନ ସୃଷ୍ଟି ହୋଇଛି। ବର୍ତ୍ତମାନ ଏହି ମାମଲାରେ ନିର୍ଭୟାଙ୍କ ମା’ ଆଶା ଦେବୀ ମୁହଁ ଫିଟାଇଛନ୍ତି। ଆଶାଦେବୀ ନିଜର ପ୍ରଥମ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କୁ ଘେରିଛନ୍ତି। ସେ କହିଛନ୍ତି, ମମତା ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବିଫଳ ହେଉଛନ୍ତି, ତେଣୁ ସେ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ। ଏହି ଭୟଙ୍କର ଘଟଣାକୁ ନେଇ ସାରା ଦେଶରେ ଡାକ୍ତର ଦୀର୍ଘ ୪ଦିନ ଧରି ଆନ୍ଦୋଳନ କରୁଛନ୍ତି । ୨୦୧୨ରେ, ଦେଶର ରାଜଧାନୀ ଦିଲ୍ଲୀରେ ସେହିପରି ଏକ ଲୋମ ଟାଙ୍କୁରା ଘଟଣା ଘଟିଥିଲା। ଏହି ଘଟଣା ବିରୋଧରେ ସାରା ଦେଶରେ ତୀବ୍ର ବିରୋଧ କରାଯାଇଥିଲା। ଲୋକଙ୍କ ରାଗ ଦେଖି ସରକାରଙ୍କୁ ମହିଳାଙ୍କ ସୁରକ୍ଷାକୁ ନେଇ କଡା ଆଇନ ପ୍ରଣୟନ କରିବାକୁ ପଡିଲା।