ଭୁବନେଶ୍ୱର: ଗୃହରେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ପୂର୍ବ ସରକାର ଭୂମିହୀନଙ୍କୁ ପଟ୍ଟା ଦେଇଛନ୍ତି, ହେଲେ ଜମି ଦେଇନାହାନ୍ତି। ପୂର୍ବ ସରକାର ଲିଫଲେଟ ବାଣ୍ଟିଲା ଭଳି ପଟ୍ଟା ବାଣ୍ଟି ଦେଇଛନ୍ତି। କିନ୍ତୁ ଫାଇଲ ଖୋଲା ହୋଇନି କି ଅନୁସନ୍ଧାନ ମଧ୍ୟ ହୋଇନି। ନୂଆ ସରକାର ସର୍ଭେ କାମ ଆରମ୍ଭ କରି ଦେଇଛନ୍ତି। ଯେତେ ଲୋକଙ୍କୁ ପଟ୍ଟା ମିଳିଛି, ସମସ୍ତଙ୍କୁ ଜମି ଦିଆଯିବ। ସୁରେଶ ପୂଜାରୀସେ ଆହୁରି ମଧ୍ୟ କହିଥିଲେ ଯେ, ୫ ବର୍ଷ ପରେ ଓଡ଼ିଶାରେ ଭୂମିହୀନ ଓ ବାସହୀନ କେହିନଥିବେ। ଜମି ମିଳିବା ପରେ ବାସଗୃହ, ପାନୀୟ ଜଳ, ସରକାରଙ୍କ ସମସ୍ତ ଜନ କଲ୍ୟାଣକାରୀ ଯୋଜନା ଯୋଗାଇ ଦିଆଯିବ । ଏହା ପୂର୍ବରୁ କହିଥିଲେ,ଭୂମିହୀନ ଓ ବାସହୀନଙ୍କୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି। ଗ୍ରାମାଞ୍ଚଳରେ ପଟ୍ଟା ନଥିବା ଗରିବଙ୍କୁ ୪ ଡେସିମିଲ ଜମି ଦିଆଯିବ। ସେହିପରି ସରକାରୀ ଜମିରେ ଦୀର୍ଘ ଦିନ ଧରି ରହିଥିବା ହିତାଧିକାରୀ ମାନଙ୍କୁ ମଧ୍ୟ ୪ ଡିସିମିଲ ଲେଖାଏ ଜମି ମିଳିବ ବୋଲି ମନ୍ତ୍ରୀ କହିଥିଲେ।

More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ