March 18, 2026

Utkal Sambad

ଭୁବନେଶ୍ୱର ଫିଟ୍ନେସ କ୍ଲବ ର ତୃତୀୟ ବାର୍ଷିକ ଉତ୍ସବ ପାଳନ !

ଭୁବନେଶ୍ୱର:ଭୁବନେଶ୍ୱର ଉପକଣ୍ଟ ଦାରୁଠେଙ୍ଗ ଠାରେ ଭୁବନେଶ୍ୱର ଫିଟ୍ନେସ କ୍ଲବ ବହୁ ଧୁମ ଧାମ ରେ ପାଳନ କରିଛି ତାର ତୃତୀୟ ବାର୍ଷିକ ଉତ୍ସବ। ମହାମାରୀ କରୋନା ସମୟରେ ଜନ୍ମ ନେଇଥିବା ଏହି କ୍ଲବ ପାଦଥାପିଛି ତୃତୀୟ ବର୍ଷାରେ।ଏହାର ମୁଖ୍ୟ ଉଦ୍ୟାସ ଥିଲା ସମସ୍ତେ କିପରି ସୁସ୍ଥ ରହିବେ ତାହା କୁ ଲକ୍ଷ୍ୟ ନେଇ ଏହି କ୍ଲବ କରାଯାଇଛି l ଏହି କ୍ଲବ ରେ ଉଭୟ ମହିଳା ଓ ପୁରୁଷ ମାନେ କ୍ରିକେଟ, ଆରୋବିକ, ଯୋଗ,ଓ ଜୁମ୍ଭା କରି ଶରୀର କୁ ଫିଟ ରଖି ଥାନ୍ତି।କ୍ଲବ ର ମୁଖ୍ୟ ଉଦ୍ୟାସ “ଖୁସି ରହିବା ଖୁସି ରଖିବା”, ସମ୍ପର୍କ ଯୋଡିବା ଓ ସୁଦୃଢ କରିବା।ଏହି ଭଳି ବୃହତ ଉଦ୍ୟାସ ରଖି କାର୍ଯ୍ୟ କରୁଥିବା ଏହି କ୍ଲବ ପାଳନ କରିଛି ତାର ତୃତୀୟ ବାର୍ଷିକ ସ୍ଵନକ୍ଷେତ୍ର ଉତ୍ସବ।ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ କେନ୍ଦ୍ରାପଡ଼ା ବିଧାୟକ ଶ୍ରୀଯୁକ୍ତ ଗଣେଶ୍ୱର ବେହେରା, ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୀତାଂଶୁ ମୋହନ ଦ୍ବିବେଦୀ,ଅଧ୍ୟକ୍ଷ ଓଡିଶା ବାର କାଉନସିଲ,ଅନ୍ୟତମ ଅତିଥିଭାବେ ସିନେ ତାରକା ଅନୁ ଚୌଧୁରୀ ଓ ସମରେଶ ରାଉତରାୟ,ବିଶେଷ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ତପନ ଚକ୍ରବର୍ତ୍ତୀ, ଶ୍ରୀଯୁକ୍ତ ଡାକ୍ତର ବେହେରା, ପ୍ରାକ୍ତନ ଜିଲ୍ଲା ପରିଷଦ ସଭ୍ୟ, ସଭାପତି ଶ୍ରୀ ଜିତେନ୍ଦ୍ର ପାତ୍ର,ସମ୍ପାଦକଙ୍କ ଦ୍ୱାରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦିଆଯାଇଥିବାବେଳେ ମତ ରଖିଥିଲେ ରଶ୍ମିରଂଜନ ସ୍ୱାଇଁ।ଆୟୁଷ ମହାନ୍ତିଙ୍କ ଦ୍ୱାରା ଆୟୋଜିତ ସଂଗୀତ ଆସର ମନ୍ତ୍ରମୁଗ୍ଧ କରିଥିଲା ଉପସ୍ଥିତ ଦର୍ଶକଙ୍କୁ।କିଛି ପ୍ରତିଭା ମାନଂକୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା।ଆଗାମୀ ଦିନରେ ଯୁବ ପ୍ରତିଭା ମାନଂକୁ ସୁଯୋଗ ମିଳିବ ବୋଲି ଭୁବନେଶ୍ୱର ଫିଟନେସ କ୍ଲବ ର ସମ୍ପାଦକ କହିଥିବା ବେଳେ କ୍ଲବ ସମସ୍ତ କର୍ମକର୍ତା ଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ।ପ୍ରିୟରଞ୍ଜନ ସାମଲ ଙ୍କ ଦ୍ୱାରା ଅନୁଷ୍ଠାନ ର କର୍ମକର୍ତ୍ତାଙ୍କୁ ଧନ୍ୟବାଦ ଅର୍ପଣ କରିବାସହ ସଭାସାଙ୍ଗ ପାଇଁ ନିବେଦନ ରଖିଥିଲେ।