October 11, 2025

Utkal Sambad

ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ ବାଂଲାଦେଶ

ଢାକା: ବାଂଲାଦେଶରେ ଆମେରିକା ଏବଂ ଚାଇନା ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ଭାରତର ପଡୋଶୀ ଦେଶକୁ ଉତ୍ତେଜିତ କରିବା ପାଇଁ ଅନେକ କୌଶଳ ବ୍ୟବହାର କରିଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡିଛି। ବାଂଲାଦେଶରେ ନବ ଗଠିତ ସରକାରର ମୁଖ୍ୟ ମହମ୍ମଦ ୟୁନୁସ୍‌ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ କଥା ହୋଇଥିଲେ ଏବଂ ସେଠାରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ଶୀଘ୍ର ବନ୍ଦ କରିବାକୁ ନିଶ୍ଚିତ କରିଥିଲେ ଏବଂ ବର୍ତ୍ତମାନ ସେ ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।