ଭୁବନେଶ୍ୱର:ଯେଉଁ ପଦରୁ ଇସ୍ତଫା ଦେଇଥିଲେ ଏବେ ପୁଣି ସେହି ପଦ ପାଇଁ ପ୍ରାର୍ଥୀ ହେଲେ । ପଦବୀ ଏକା କିନ୍ତୁ ଦଳ ଅଲଗା । ଅର୍ଥାତ ପୁଣି ରାଜ୍ୟ ସଭା ପ୍ରାର୍ଥୀ ହେଲେ ମମତା ମହନ୍ତ । ବିଜେଡିରୁ ପ୍ରାର୍ଥୀ ହୋଇ ରାଜ୍ୟ ସଭାକୁ ଯାଇଥିବା ମମତା ମହନ୍ତ ନିକଟରେ ଉଭୟ ବିଜେଡି ଓ ରାଜ୍ୟ ସଭା ଏମପି ପଦରୁ ଇସ୍ତଫା ଦେଇଥିଲେ । ଆଉ ତା ପରଦିନ ହିଁ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ । ଏବେ ଦଳ ତାଙ୍କୁ ପୁଣି ଟିକେଟ୍ ଦେଇଛି। ଦଳରେ ମିଶୁ ମିଶୁ ପୁଣି ତାଙ୍କୁ ରାଜ୍ୟ ସଭା ପ୍ରାର୍ଥୀ କରାଯାଇଛି । ଆସନ୍ତାକାଲି ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି। ତେଣୁ ଆସନ୍ତାକାଲି ନାମାଙ୍କନ ଦାଖଲ କରିପାରନ୍ତି ମମତା। ମୟୂରଭଞ୍ଜ କୁଡୁମୀ ସମ୍ପ୍ରଦାୟର ନେତା ଅଟନ୍ତି ମମତା।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ