March 18, 2026

Utkal Sambad

ବିଜେପି ଯୋଗଦେଲେ କର୍ପୋରେଟର ବନ୍ଦିତା ପାଲ୍‌ 

ଭୁବନେଶ୍ୱର: ଭୁବନେଶ୍ୱର ୩୭ ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲ୍‌ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଶୁକ୍ରବାର ସକାଳେ ବନ୍ଦିତା ଓ ତାଙ୍କ ସ୍ବାମୀ ବିଜେଡିରୁ ଇସ୍ତଫା ଦେଇଥିଲେ। ଭାଜପା ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ସେ ଭାଜପାରେ ସାମିଲ୍‌ ହୋଇଛନ୍ତି। ସୂଚନାଥାଉ କି, ସ୍ବାଧୀନଭାବେ ବିଜୟୀ ହେବା ପରେ ସେ ବିଜେଡିରେ ସାମିଲ ହୋଇଥିଲେ। ଏବେ ରାଜନୈତିକ କାରଣ ଦର୍ଶାଇ ବିଜେଡିରୁ ଇସ୍ତଫା ଦେଇଛନ୍ତି ବନ୍ଦିତା ପାଲ।