March 18, 2026

Utkal Sambad

ବିଜେଡିକୁ ଫେରିଲେ ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି

ଭୁବନେଶ୍ୱର: ଘର ବାହୁଡା କରିଛନ୍ତି ବରି ବ୍ଲକ ଅଧ୍ୟକ୍ଷ ଅଶୋକ ଗେଡି। କିଛିଦିନ ତଳେ ସେ ବିଜେଡି ଚଡି ବିଜେପିରେ ଯୋଗ ଦେଇଥିଲେ। ଯାହାପରେ ବରୀ ରାଜନୀତି ସରଗରମ ହୋଇଉଠିଥିଲା। ସ୍ଥାନୀୟ ବିଧାୟକ ବିଶ୍ୱରଞ୍ଜନ ମଲ୍ଲିକ ଅଶୋକ ଗେଡିଙ୍କୁ ଦଳକୁ ଫେରାଇ ଆଣିବାରେ ସକ୍ଷମ ହୋଇଛନ୍ତି। ମଙ୍ଗଳବାର ଶଙ୍ଖ ଭବନରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ସେ ଦଳକୁ ଫେରିଛନ୍ତି। ଏହି ଅବସରରେ ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଳିକ କହିଛନ୍ତି ଶାସକ ଦଳ ବିଜେଡି ଭାଙ୍ଗିବାକୁ ଚେଷ୍ଟା କରୁଛି। ଅଶୋକଙ୍କୁ ପ୍ରଲୋଭନ ଓ ବିଭିନ୍ନ ଧମକ ଦିଆଯାଇଥିଲା। ତେବେ ସେ ଆଜି ନିଜ ଘର ବାହୁଡା କରିଛନ୍ତି ଏବଂ ତାଙ୍କ ସହିତ ଅନେକ ସରପଞ୍ଚ ଓ ସମିତି ସଭ୍ୟ ପୁଣି ବିଜେଡିକୁ ଫେରିଛନ୍ତି। ଫଳରେ ଯାଜପୁର ବରୀ ନିର୍ବାଚନ ମଣ୍ଡଳିରେ ଦଳର ଶକ୍ତି ବୃଦ୍ଧି ପାଇଛି ଓ ଯାଜପୁରରେ ଦଳ ସୁସଙ୍ଗଠିତ ହୋଇ ରହିଛି।