ଗଣିଆ: (ମନୋରଞ୍ଜନ ମଳିକ ): ଓଡିଶା ସରକାରଙ୍କ ରାଜସ୍ୱ ଓ ବିପଯ୍ୟୟ ପରିଚାଳନା ବିଭାଗ ନିର୍ଦେଶ କ୍ରମେ ଗଣିଆ ତହସିଲ ଅଧୀନରେ ବସବାସ କରୁଥିବା ଆଇନ ଅନୁଯାଇ ଯୋଗ୍ୟ ବିବେଚିତ ଘରଦିହ ଶୂନ୍ୟ ପରିବାରକୁ ବସୁନ୍ଧରା ଯୋଜନାରେ ବସାପଯୋଗୀ ଘର ଦିହ ପଟା ପ୍ରଦାନ କରିବା ନିମନ୍ତେ ତା 10/08/24ରିଖ ଠାରୁ 15/8/24ରିଖ ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ଚାଲୁରହିବ I ଏହି ସମୟ ଭିତରେ ରାଜସ୍ୱ ନିରୀକ୍ଷକ ମାନେ ପ୍ରତେକ ଗ୍ରାମ ପରିକ୍ରମା କରି ଭୂମିହୀନ ପରିବାର କୁ ଚି଼ହ୍ନଟ କରିବା ସହିତ ଦରଖାସ୍ତ ଗ୍ରହଣ କରିବେ I ଆବଶକୀୟ ସମସ୍ତ କାଗଜ ପତ୍ର ନେଇ ପ୍ରତେକ ମଙ୍ଗଳ ବାର ଓ ଶୁକ୍ରବାର ଦିନ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆବେଦନ କରିପାରିବେ I ସେଥି ପାଇଁ ଗଣିଆ ତହସିଲ ଅଫିସ ତରଫରୁ ଗଣିଆ ବଜ଼ାର ଓ ପ୍ରତେକ ଗ୍ରାମ କୁ ଯାଇ ଗାଡ଼ିରେ ପ୍ରଚାର କରିଥିଲେ I ପ୍ରତେକ ପଂଚାୟତ ରେ ଆବେଦନ ଫର୍ମ ମିଳୁଛି ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି I
More Stories
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ରାଘବ ମଲ୍ଲିକ
ଜଗନ୍ନାଥଙ୍କ ନବଯୌବନ ଦର୍ଶନ
ରଘୁନାଥ ମନ୍ଦିରରେ ଗଣିଆ ବିଜେଡି ତରଫରୁ ସମୂହ ଦୀପ ଦାନ