June 26, 2025

Utkal Sambad

ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଙ୍କ ଉପରେ ଆକ୍ରମଣ

ମୁମ୍ବାଇ: ବଲିଉଡ ଅଭିନେତା ସୈଫ୍ ଅଲ୍ଲୀ ଖାନ ଙ୍କ ଉପରେ ଆକ୍ରମଣ। ବାନ୍ଦ୍ରା ସ୍ଥିତ ସୈଫ ଅଲ୍ଲୀ ଖାନ ଙ୍କ ଫ୍ଲାଟ୍ ରେ ଜଣେ ଅଜ୍ଞାତ ବ୍ୟକ୍ତି ରାତି ୨.୩୦ ରେ ପ୍ରବେଶ କରିଥିଲେ। ଘରେ ପ୍ରବେଶ କରିବା ପରେ ସେହି ବ୍ୟକ୍ତି ଜଣକ ସିଧା ସୈଫ ଙ୍କ ସାନ ପୁଅ ରୁମ୍ କୁ ଗଲେ। ଚୋର କୁ ଧରିବା କୁ ଚେଷ୍ଟା କରୁଥିବା ବେଳେ ସୈଫ ଙ୍କୁ ୬ ଥର ଛୁରା ମରିଥିଲା । ଇବ୍ରହିମ୍ ଆହତ ସୈଫ ଅଲ୍ଲୀ ଙ୍କୁ ଅଟୋ ରେ ଡାକ୍ତରଖାନା କୁ ନେଇଥିଲେ। ସୈଫ ଙ୍କୁ ବିଳମ୍ବିତ ରାତିରେ ମୁମ୍ବାଇ ର ଲୀଳାବତୀ ହସ୍ପିଟାଲ ରେ ଭର୍ତ୍ତି କରାଯାଇଛି।