ଭୂବନେଶ୍ୱର: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର। ମୁଖ୍ୟ ସଚିବ ସହିତ ଅତିରିକ୍ତ ଭାବେ ସେ ଏହି ଦାୟିତ୍ୱ ତୁଲାଇବେ। ଶ୍ରୀମନ୍ଦିର ଅଧିନିୟମ ୧୯୫୫ ଆଇନର ପ୍ରାବଧାନ ଅନୁଯାୟୀ, ମନ୍ଦିରର ପ୍ରଶାସନ, ସଞ୍ଚାଳନ ଓ ପରିଚାଳନା ଭାର ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଉପରେ ନ୍ୟସ୍ତ ରହିଛି। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ, ପୁରୀ ପରିଚଳନା କମିଟିର ସଦସ୍ୟମାନେ ରହିଛନ୍ତି। ଆଇନ ଅନୁଯାୟୀ ପରିଚାଳନା କମିଟିରେ ଗଜପତି ମହାରାଜା, ପୁରୀ (ଅଧ୍ୟକ୍ଷ), ଜିଲାପାଳ, ପୁରୀ (ଉପାଧ୍ୟକ୍ଷ), ମନ୍ଦିର ପରିଚାଳନା, ସଦସ୍ୟ, କୋଷାଦାୟ(ଏଣ୍ଡୋମେଣ୍ଟ) ଆୟୁକ୍ତ ଅନ୍ୟ ସେବାୟତ ଏବଂ ମୁକ୍ତିମଣ୍ଡପର ସଦସ୍ୟ ମଧ୍ୟ ରହିଛନ୍ତି।
More Stories
ଷଷ୍ଟ ଦିନରେ ଗଣିଆ ତହସିଲ ଅଫିସ ଆଗରେ ଅମଲା ସଙ୍ଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ
ସ୍ୱାଧୀନତା ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
ଗଣିଆ ବ୍ଲକର ବିଭିନ୍ନ ସ୍ଥାନରେ 79ତମ ସ୍ୱାଧୀନତା ଦିବସ ପାଳିତ