ମୁୁମ୍ବାଇ: ଦେଶର ବିଶିଷ୍ଟ ଉଦ୍ୟୋଗପତି ତଥା ଟାଟା ସନ୍ସର ପୂର୍ବତନ ଚେୟାରମ୍ୟାନ ରତନ ଟାଟାଙ୍କ ୮୬ ବର୍ଷ ବୟସରେ ଇହଲୀଳା ସମ୍ବରଣ କରିଛନ୍ତି ରତନ ଟାଟା । ଏ ନେଇ ଟାଟା ଗ୍ରୁପ ପକ୍ଷରୁ ଆନୁଷ୍ଠାନିକ ଭାବେ ସୂଚନା ଦିଆଯାଇଛି । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ପରଲୋକରେ ଭାରତର ଉଦ୍ୟୋଗଜଗତରେ ଅପୂରଣୀୟ କ୍ଷତି ଘଟିଛି । ପଦ୍ମବିଭୂଷଣ ରତନ ଟାଟାଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକର ଛାୟା ଖେଳି ଯାଇଛି । ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପରଲୋକରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଏବଂ ତାଙ୍କ ଅମରଆତ୍ମାର ସଦଗତି କାମନା କରିଛନ୍ତି ।
More Stories
ରୋଜଗାର କରନ୍ତୁ ମାଗଣା ସ୍କୁଟି ନିଅନ୍ତୁ, ସୌମେନ୍ ଅଗରବତୀର ନୂଆ ଘୋଷଣା
ଗୁଗ୍ନାନୀ ଅଟୋ କାରରେ ଟାଟା ମୋଟର୍ସର ନୂଆ ହାରିୟର ଇଭି
ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ