March 16, 2026

Utkal Sambad

ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେବ: ମନମୋହନ

ଭୁବନେଶ୍ୱର:ଓଡ଼ିଶାରେ ୧ କୋଟି ସଦସ୍ୟ ସଂଗ୍ରହ ଲାଗି ଲକ୍ଷ୍ୟ ଧାର୍ଯ୍ୟ ହୋଇଛି ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି। ଭାଜପା ସେପ୍ଟେମ୍ବର ୧ ତାରିଖରୁ ରାଷ୍ଟ୍ରୀୟ ସ୍ତରରେ ସଦସ୍ୟତା ଅଭିଯାନର ଶୁଭାରମ୍ଭ କରିବ। ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ସଦସ୍ୟତା ଗ୍ରହଣ କରିବା ପରେ ଦେଶବ୍ୟାପୀ ସଦସ୍ୟତା ଅଭିଯାନ ଆରମ୍ଭ ହେବ। ସେହିପରି ସଦସ୍ୟତା ଅଭିଯାନ ପାଇଁ ଆସନ୍ତା ୨୨, ୨୩ ଓ ୨୪ରେ ଜଲାସ୍ତରୀୟ ଏବଂ ୨୫, ୨୬ ଓ ୨୭ରେ ମଣ୍ଡଳସ୍ତରୀୟ କର୍ମଶାଳା ଅନୁଷ୍ଠିତ ହେବ। ଆସନ୍ତା ୩୧ ତାରିଖ ସୁଦ୍ଧା ବୁଥସ୍ତରୀୟ କର୍ମଶାଳା ଶେଷହେବ ବୋଲି ମନମୋହନ କହିଛନ୍ତି।