ସିଆଚେନ୍ ଗ୍ଲାସିଅରରେ ସେବା ପ୍ରଦାନ କରୁଥିବା ପ୍ରଥମ ଅପରେଟର ହୋଇଛି ଜିଓ
କାରାକୋରାମ ରେଞ୍ଜରେ ୧୬,୦୦୦ ଫୁଟ ଉଚ୍ଚରେ କନେକ୍ଟିଭିଟି
ମୋବାଇଲ୍ ସେବା ସବୁଠୁ ଆଗରେ ଥିବା ସେନା ପୋଷ୍ଟ ପର୍ଯ୍ୟନ୍ତ ପହଞ୍ଚିଛି
ଲଦାଖ: ରିଲାଏନ୍ସ ଜିଓ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ରରେ ଏହାର ୫ଜି ସେବା ଆରମ୍ଭ କରିଛି। ଭାରତୀୟ ସେନାର ‘ଫାୟାର ଆଣ୍ଡ ଫ୍ୟୁରି କର୍ପସ’ ଏକ ଟୁଇଟ୍ ମାଧ୍ୟମରେ ଏହି ସୂଚନା ପ୍ରଦାନ କରିଛି। ସେନା ଅନୁଯାୟୀ, ଜିଓ ଏବଂ ଭାରତୀୟ ସେନା ମିଳିତ ଭାବେ ବିଶ୍ୱର ସର୍ବୋଚ୍ଚ ଯୁଦ୍ଧକ୍ଷେତ୍ର ସିଆଚେନ୍ ଗ୍ଲାସିଅର୍ ଉପରେ ପ୍ରଥମ ୫ଜି ମୋବାଇଲ୍ ଟାୱାର ସ୍ଥାପନ କରିଛନ୍ତି। ସିଆଚେନ୍ର ଏକ ଫରୱାର୍ଡ ପୋଷ୍ଟରେ ଏହା ନିୟୋଜିତ କରାଯାଇଛି।
ଜାନୁୟାରୀ ୧୫ ରେ ସେନା ଦିବସ ଅବ୍ୟବହିତ ପୂର୍ବରୁ ସିଆଚେନ୍ ଗ୍ଲାସିଅରରେ ୪ଜି ଏବଂ ୫ଜି ସେବା ଆରମ୍ଭ କରି ଜିଓ ଏକ ଅଭୂତପୂର୍ବ ସଫଳତା ହାସଲ କରିଛି। ସିଆଚେନ୍ ଗ୍ଲାସିଅରରେ ସେବା ଆରମ୍ଭ କରିବାରେ ଜିଓ ଦେଶର ପ୍ରଥମ ଅପରେଟର ହୋଇଛି I ଏହାକୁ ଏକ ଉଲ୍ଲେଖନୀୟ ସଫଳତା ଭାବେ ଅଭିହିତ କରି ସେନା ପକ୍ଷରୁ କୁହାଯାଇଛି ଯେ, “ଏହି ଅଦମ୍ୟ ସଫଳତା ଆମର ସାହସୀ ସୈନିକମାନଙ୍କ ପାଇଁ ସମର୍ପିତ, ଯେଉଁମାନେ ଆହ୍ୱାନମୂଳକ କଠିନ ପରିସ୍ଥିତିରେ ନିୟୋଜିତ ଥାଇ ଏହି ଆହ୍ୱାନକୁ ସମ୍ପୂର୍ଣ କରିଥିଲେ।”
ଏଭଳି ଉଚ୍ଚତାରେ ଟାୱାର ନିର୍ମାଣ କରିବା ଅତ୍ୟନ୍ତ କଷ୍ଟସାଧ୍ୟ ରହିଥିଲା ସେନା ପକ୍ଷରୁ ସାମଗ୍ରୀ ସହିତ କାର୍ଯ୍ୟ କରୁଥିବା ସଦସ୍ୟମାନଙ୍କ ସୁରକ୍ଷା ସୁନିଶ୍ଚିତ କରାଯାଇଥିଲା। ଏଥିସହିତ ଜିଓ ଏହାର ସ୍ୱଦେଶୀ ଫୁଲ-ଷ୍ଟାକ ୫ଜି ଜ୍ଞାନକୌଶଳ ବ୍ୟବହାର କଲା। ଜିଓ ଦଳ ସହିତ ମିଳିତ ଭାବରେ ଫାୟାର ଏଣ୍ଡ ଫ୍ୟୁରି ସିଗନାଲର୍ ଏବଂ ସିଆଚେନ୍ ୱାରିୟର୍ସ ଉତ୍ତର ଗ୍ଲାସିଅରରେ ୫ଜି ଟାୱାର ସ୍ଥାପନ କରିଥିଲେ। ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳର ତାପମାତ୍ରା ମାଇନସ ୫୦ ଡିଗ୍ରୀରୁ ତଳକୁ ଖସିଯାଏ । ଶୀତଳ ପବନ ଏବଂ ତୁଷାର ଝଡ଼ ଏଠାରେ ବାରମ୍ବାର ଘଟିଥାଏ ।
More Stories
ରୋଜଗାର କରନ୍ତୁ ମାଗଣା ସ୍କୁଟି ନିଅନ୍ତୁ, ସୌମେନ୍ ଅଗରବତୀର ନୂଆ ଘୋଷଣା
ଗୁଗ୍ନାନୀ ଅଟୋ କାରରେ ଟାଟା ମୋଟର୍ସର ନୂଆ ହାରିୟର ଇଭି
ଜିଓରେ ନିବେଶ କରିବା ମୋ ଜୀବନର ସବୁଠାରୁ ବଡ ରିସ୍କ ଥିଲା: ମୁକେଶ ଅମ୍ବାନୀ