June 27, 2025

Utkal Sambad

ଥାଇଲ୍ୟାଣ୍ଡର ସବୁଠାରୁ ଯୁବ ପ୍ରଧାନମନ୍ତ୍ରୀ କିଏ ?

ବ୍ୟାଙ୍କକ: ପୂର୍ବତନ ପ୍ରଧାନମନ୍ତ୍ରୀ ଥାକସିନ ଶିନାୱାତ୍ରାଙ୍କ ସବୁଠାରୁ ସାନ ଝିଅ ୩୭ବର୍ଷିୟ ପେଟୋଙ୍ଗଟାର୍ନ ଶିନାୱାତ୍ରା ଥାଇଲ୍ୟାଣ୍ଡର ୩୧ତମ ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଛନ୍ତି। ୩୧୯ସାଂସଦ ତାଙ୍କୁ ସମର୍ଥନ କରିଛନ୍ତି। ସେ ଏହି ପଦବୀରେ ଅବସ୍ଥାପିତ ହେବାକୁ ଥିବା ସର୍ବ କନିଷ୍ଠ ପ୍ରଧାନମନ୍ତ୍ରୀ ହେବେ। ସେ ଦେଶର ଦ୍ୱିତୀୟ ମହିଳା ପ୍ରଧାନମନ୍ତ୍ରୀ ହେବେ ଏବଂ ଶ୍ରେଥା ଥାଓ୍ବିସିନଙ୍କ ଉତ୍ତରାଧିକାରୀ ହେବେ। ନୈତିକତା ଉଲ୍ଲଂଘନ ହେତୁ ବୁଧବାର ସାମ୍ବିଧାନିକ କୋର୍ଟ ଦ୍ୱାରା ଶ୍ରୀ ଥାଭିସିନଙ୍କୁ ଏହି ପଦରୁ ହଟାଇ ଦିଆଯାଇଛି। ତାଙ୍କ ବିରୋଧରେ ଆପରାଧିକ ରେକର୍ଡ ଥିବା କ୍ୟାବିନେଟ ସଦସ୍ୟଙ୍କ ନିଯୁକ୍ତି ମାମଲା ସାମ୍ନାକୁ ଆସିଥିଲା। ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେବା ପରେ ତାଙ୍କର ପ୍ରଥମ ସମ୍ବୋଧନରେ ପାଟୋଙ୍ଗଟର୍ନ ଶିନାୱାତ୍ରା କହିଛନ୍ତି ଯେ ଶ୍ରେଥାଙ୍କୁ ହଟାଇ ଦେବାକୁ ନେଇ ସେ ଦୁଃଖିତ। ସେ ଶ୍ରେଥା, ତାଙ୍କ ପରିବାର ଏବଂ ପାର୍ଟି ଲୋକଙ୍କ ସହ କଥା ହୋଇଥିଲେ, ଏହା ପରେ ସେ ନିଷ୍ପତ୍ତି ନେଇଥିଲେ ଯେ ଦେଶ ପାଇଁ କିଛି କରିବାର ସମୟ ଆସିଛି।