Share this… Facebook Whatsapp Twitter Linkedin କୋରାପୁଟ: କୋରାପୁଟ ଜିଲା ନାରାୟଣପାଟଣା ବ୍ଲକରେ ଡେଙ୍ଗୁ ଆତଙ୍କ। ରବିବାର ଏହି ଅଞ୍ଚଳର ଜଣେ ଆକ୍ରାନ୍ତଙ୍କ ବିଶାଖାପାଟଣାସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ହେଲେ ନାରାୟଣପାଟଣା ବସ୍ଷ୍ଟାଣ୍ଡ ଅଞ୍ଚଳର ବ୍ୟବସାୟ ବି. ଶିବାଜୀ। ୩ ଦିନ ମଧ୍ୟରେ ନାରାୟଣପାଟଣା ଅଞ୍ଚଳରୁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସୂଚନାନୁଯାୟୀ ବି. ଶିବାଜୀଙ୍କୁ ପ୍ରାୟ ୩ ଦିନ ତଳେ ଜର ହୋଇଥିଲା। ସେ ପାର୍ବତୀପୁରମ୍ ଯାଇ ଟେଷ୍ଟ କରିବା ପରେ ଡେଙ୍ଗୁରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ଏହା ପରେ ସେ ଔଷଧ ନେଇ ଘରକୁ ଆସିଥିଲେ। ଶନିବାର ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଗୁରୁତର ଅବସ୍ଥାରେ ସ୍ବତନ୍ତ୍ର ଗାଡ଼ିରେ ବିଶାଖାପାଟଣାର ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ଡେଙ୍ଗୁ କିମ୍ବା ଅନ୍ୟ କୌଣସି କାରଣରୁ ସେମାନଙ୍କ ମୃତ୍ୟୁ ହୋଇଛି ତାହା ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି। Share this… Facebook Whatsapp Twitter Linkedin Tags: Dengu Post navigation Previous ଆଦାନୀ ପରିବାର ଗୋଟିଏ ଦିନର ରୋଜଗାର ୪,୨୫୧ କୋଟି ଟଙ୍କା Next ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷ ସମ୍ଭାବନା Leave a Reply Cancel replyYour email address will not be published. Required fields are marked *Comment * Name * Email * Website Save my name, email, and website in this browser for the next time I comment. More Stories ରାଜନୀତି ରାଜ୍ୟ କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ January 24, 2026 utkal sambad ରାଜ୍ୟ ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ January 24, 2026 utkal sambad ରାଜନୀତି ରାଜ୍ୟ ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ January 24, 2026 utkal sambad
More Stories
କଂଗ୍ରେସ-ବିଜେଡି ଛାଡି ବିଜେପିରେ ମିଶିଲେ ଏକାଧିକ କର୍ମୀ
ଓଡ଼ିଶାର ପ୍ରଥମ ‘ବୋଇଂ ସୁକନ୍ୟା ଷ୍ଟେମ୍ ଲ୍ୟାବ୍’ର ଶୁଭାରମ୍ଭ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଶଙ୍ଖ ଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ